ଜେଲରୁ ଭିଡିଓ ଜାରି କଲେ ଲସ୍କର ନେତା ମକ୍କି, କହିଲେ ଅଲକାଏଦା ଅବା ଆଇଏସ ସହ ନାହିଁ କୌଣସି ସମ୍ପର୍କ

ଲାହୋର,୨୦ ।୧: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା(ଏଲଟିଇ)ର ଉପ ନେତା ଅବଦୁଲ ରହମାନ ମକ୍କି ଗୁରୁବାର ଲାହୋରର କୋଟ ଲଖପତ ଜେଲରୁ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ମକ୍କି ଦାବି କରିଛନ୍ତି ଯେ ତାଙ୍କର ଅଲକାଏଦ ଅବା ଇସଲାମିକ ଷ୍ଟେଟ(ଆଇଏସ) ସହ କୌଣସି ସମ୍ପର୍କ ନାହିଁ ।
ସୂଚନାଯୋଗ୍ୟ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଜମାତଉଦ-ଦାବା(ଜେୟୁଡି)ର ସଂସ୍ଥାପକ ହାଫିଜ ସଇଦଙ୍କ ଭିଣୋଇ ମକ୍କି ୨୬/୧୧ ଆକ୍ରମଣ ସମ୍ପର୍କରେ କିଛି କହିନାହାନ୍ତି, ଯେଉଁ ଆକ୍ରମଣରେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦା ୧୨୬୭ ଆଇଏସଆଇଏଲ(ଦାଏଶ) ଓ ଅଲକାଏଦା ପ୍ରତିବନ୍ଧ ସମିତି ସୋମବାର ୬୮ ବର୍ଷିୟ ମକ୍କିଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିଥିଲା ।

Share