ଆଥିଆ-ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନୀଲ ଶେଟ୍ଟୀ

ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଉଭୟ କୁଆଡେ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଆସନ୍ତା ଜାନୁୟାରୀରେ ବିବାହ କରିବାକୁ ଯାଉଛନ୍ତି। ବିବାହର ସମସ୍ତ କାର୍ଯ୍ୟ ସୁନୀଲ ଶେଟ୍ଟୀଙ୍କ ଘରେ ଅନୁଷ୍ଠିତ ହେବ। ବିବାହ ପାଇଁ ରାହୁଲ ଛୁଟି ଆବେଦନ କରିଛନ୍ତି। ଏଭଳି ଖବରକୁ ନେଇ ଆଥିଆଙ୍କ ପିତା ସୁନୀଲ ଶେଟ୍ଟୀ ଅସ୍ବୀକାର କରିଛନ୍ତି। ଏକ ସାକ୍ଷାତକାରରେ ସୁନୀଲ କହିଛନ୍ତି, ବିବାହ ତାରିଖ ମୋତେ ଜଣାଅ, ଯାହାଫଳରେ ମୁଁ ନିଜେ ବିବାହ ଉତ୍ସବରେ ଯୋଗ ଦେଇ ପାରିବି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆଥିଆଙ୍କ ବିବାହ ଖବର ଏକ ଗୁଜବ ଅଟେ। ଏଗୁଡ଼ିକରେ କୌଣସି ସତ୍ୟତା ନାହିଁ।
ନିକଟରେ ଚର୍ଚ୍ଚା ହେଉଥିଲା ଯେ, ଆଥିଆ ଏବଂ ରାହୁଲଙ୍କ ବିବାହକୁ ନେଇ ଉଭୟ ପରିବାର ଉତ୍ସାହିତ ଅଛନ୍ତି। ରାହୁଲ ମଧ୍ୟ ବିବାହ ପାଇଁ ବ୍ୟକ୍ତିଗତ ଛୁଟି ନେଇଛନ୍ତି ଏବଂ ବିସିସିଆଇ ମଧ୍ୟ ତାଙ୍କୁ ଅନୁମୋଦନ କରିଛି।

Share