Categories: ଜାତୀୟ

ମୋଦି ପୁଣିଥରେ ହୁଅନ୍ତୁ ପ୍ରଧାନମନ୍ତ୍ରୀ: ୬୬ ପ୍ରତିଶତ ଲୋକଙ୍କ ମତ

ନୂଆଦିଲ୍ଲୀ, ୮।୮: କରୋନା ସଙ୍କଟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଲୋକପ୍ରିୟତା ବଢ଼ିଚାଲିଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ୬୬ ପ୍ରତିଶତ ଲୋକ ଚାହୁଁଛନ୍ତି। ଏହି ତାଲିକାର ଦ୍ୱିତୀୟ ପସନ୍ଦରେ ଅଛନ୍ତି କଂଗ୍ରେସର ରାହୁଲ ଗାନ୍ଧୀ। ୮ ପ୍ରତିଶତ ଲୋକ ରାହୁଲଙ୍କ ପ୍ରତି ନିଜର ସମର୍ଥନ ଦେଇଛନ୍ତିି। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନୀଆ ଗାନ୍ଧୀ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ମୁଡ୍‌ ଅଫଦି ନେଶନ ପକ୍ଷରୁ ହୋଇଥିବା ସର୍ଭେରେ ଏହା ଉଲ୍ଲେଖ କରାଯାଇଛି। ଅମିତ ଶାହାଙ୍କୁ ୪ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ସେହିପରି ଯୋଗୀ ଆଦିତ୍ୟନାଥଙ୍କୁ ୩ ଏବଂ ଅରବିନ୍ଦ କେଜରିଓ୍ବାଲଙ୍କୁ ୩ ପ୍ରତିଶତ ଲୋକେ ସମର୍ଥନ କରିଛନ୍ତି। ସର୍ଭେରେ ମମତା ବାନାର୍ଜୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୨ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ଅପରପକ୍ଷରେ ରାଜନାଥ ସିଂ, ନିତୀନ ଗଡ଼କରୀ, ମାୟାବତୀ, ଶରଦ ପାଓ୍ବାର, ଉଦ୍ଧବ ଠାକ୍‌ରେଙ୍କୁ ୧ ପ୍ରତିଶତ ଲୋକେ ସମର୍ଥନ କରିଛନ୍ତି।

Share