Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ଭଗବାନ ନୁହଁନ୍ତି: ଖାର୍ଗେ

ନୂଆଦିଲ୍ଲୀ,୧୦।୮: ମଣିପୁର ହିଂସାକୁ ନେଇ ସଂସଦରେ ତାତି କମିବାର ନାଁ ଧରୁନି। ୧୬୭ ଅଧୀନରେ ଆଲୋଚନା ପାଇଁ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଦାବି କରିଆସୁଛନ୍ତି। ଏହା ଉପରେ ଶାସକ ସଦସ୍ୟମାନେ ଆପତ୍ତି କରିବା ମାତ୍ରେ ଖାର୍ଗେ ରାଗିଯାଇଥିଲେ।
ମଲ୍ଲିକାର୍ଜୁନ ଖାର୍ଗେ ରାଜ୍ୟ ସଭାରେ ଗୃହର ନେତା ପୀୟୁଷ ଗୋୟଲଙ୍କୁ ଉତ୍ତର ଦେଉଥିଲେ। ଏହି ସମୟରେ ଖାର୍ଗେ କହିଥିଲେ, ନିୟମ ୧୬୭ ଅନୁଯାୟୀ ମଣିପୁର ହିଂସାକୁ ନେଇ ଆଲୋଚନା ହେଉ। ପ୍ରଧାନମନ୍ତ୍ରୀ ଆସନ୍ତୁ। ସେ ଏହା କହିବା ମାତ୍ରେ ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିବା ଆରମ୍ଭ କରିଥିଲେ। ଏଥିରେ ବିରକ୍ତ ହୋଇ ପ୍ରଧାନମନ୍ତ୍ରୀ ଆସିଲେ କ’ଣ ହେବ? ସେ କ’ଣ ଭଗବାନ କି? ଏଟା ପାର୍ଲାମେଣ୍ଟ। ସେ ଭଗବାନ ନୁହଁନ୍ତି ବୋଲି ଖାର୍ଗେ କହିଥିଲେ।
ଏହାପୂର୍ବରୁ ଗୃହରେ ବିରୋଧୀ ତଥା ଶାସକ ଦଳର ସଦସ୍ୟମାନେ ପରସ୍ପରକୁ ଦାୟୀ କରି ମଣିପୁରର ପରିସ୍ଥିତି ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ମଣିପୁର ପ୍ରସଙ୍ଗ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବକ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Share