କଳାବଜାରୀ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ, ୨୩।୧୦(ସନାତନ ରାଉତ)- ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ, ପିଆଜ, ପରିବା ଦରରେ କଳାବଜାରୀ ଓ ଚଢ଼ା ଦରରେ ବିକ୍ରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ଭଦ୍ରକ ସହରର ବିଭିନ୍ନ ଗୋଦାମ ଓ ପରିବା ବଜାରରେ ଚଢ଼ାଉ କରାଯାଇଛି l ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ସହ ଅଧିକାରୀ ଶରତ ବେହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ସହ ଏକ ସ୍ବତନ୍ତ୍ର ଟିମ କଚେରୀ ବଜାର, ଜିଲାପାଳ କାର୍ଯ୍ୟାଳୟ ନିକଟସ୍ଥ ପରିବା ମାର୍କେଟ, ବିସ୍ମିଲ୍ଲା ଆଳୁ ଗୋଦାମ, ଆରଡି ଛକ ଆଳୁ ଗୋଦାମରେ ଚଢ଼ାଉ କରି ଦରଦାମ ଓ ଷ୍ଟକ ଯାଞ୍ଚ କରିଥିଲେ l ଅଧିକ ଦରସ୍‌ରେ ବିକ୍ରି କଲେ କିମ୍ବା କୃତ୍ତିମ ଅଭାବ ସୃଷ୍ଟି କରିବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ଚେତାବନୀ ଦେଇଛନ୍ତି l

Share