ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେଉ

ବାଲେଶ୍ୱର ଅଫିସ,୨୯।୧: ବାଲେଶ୍ୱର ଜିଲାର କୃଷି ଓ କୃଷକଙ୍କ ସ୍ବାର୍ଥରକ୍ଷା ନିମନ୍ତେ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି। ଜିଲାବାସୀଙ୍କୁ ସଙ୍ଗଠିତ କରିବା ସକାଶେ ଗଠିତ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ରବିବାର ସହରର ଏଡିଏମ୍‌ ଛକ ନିକଟସ୍ଥ ଅଫିସ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ଲୋକନାଥ ଆଚାର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ।
ସମିତିର ଆବାହକ ଡ. କେଶବ ଚନ୍ଦ୍ର ପଣ୍ଡା ସମିତିର ସାଂଗଠନିକ ସ୍ଥିତି ଓ ଦାବି ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ଉପସ୍ଥିତ ସଦସ୍ୟମାନଙ୍କ ବିଶଦ ଆଲୋଚନା ପରେ ଆସନ୍ତା ମାସରେ କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରି ଉତ୍ତର ଓଡ଼ିଶାର କୃଷି ଓ କୃଷକଙ୍କ ସ୍ବାର୍ଥରକ୍ଷା ନିମନ୍ତେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବା ବୋଲି ସ୍ଥିର କରାଯାଇଥିବା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାର ୧୨ଟି ବ୍ଲକ୍‌ରେ ଗଠିତ କମିଟିକୁ ଅଧିକ ସୁଦୃଢ଼ କରିବା ଓ ସଭ୍ୟସଂଖ୍ୟା ବୃଦ୍ଧି ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବା ସହ ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ସମିତିର ପ୍ରତିଷ୍ଠା ଦିବସ ଦିନ ପାଳନ ପାଇଁ ସ୍ଥିର କରାଯାଇଛି।