ନୟାଗଡ ଅଫିସ୍, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ ଉଦ୍ଧାର ସ୍ଥାନ ବୁଲି ଦେଖିଥିଲେ। ଡି.ପୁରନ୍ଦେଶ୍ୱରୀ ଅଭିଯୋଗ କରି କହିଛନ୍ତି, ପରୀ ବାପାମାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ, ଓଡିଆ ଲୋକଙ୍କୁ କଣ ସୁରକ୍ଷା ଦେବେ। ମୁଖ୍ୟମନ୍ତୀ କହୁଛନ୍ତି ଓଡିଶାର ସାଢେ ଲକ୍ଷ ଲୋକ ମୋ ପରିବାର। ଏହି କ୍ରମରେ ପରୀ ମଧ୍ୟ ତମ ପରିବାର ଲୋକ ଥିଲା। ତାଙ୍କ ପ୍ରତି ଅନ୍ୟାୟ କାହିଁକି । ଅନ୍ୟପକ୍ଷେ ଏସଆଇଟି ମୁଖ୍ୟଙ୍କ କୌଣସି ଜୁଡିସିଆଲ କ୍ଷମତା ନାହିଁ । ସେହିପରି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦେବା ଜରୁରୀ। ଯଦି ଅରୁଣ ସାହୁ ଇସ୍ତଫା ଦେଉ ନାହାନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ହଟାନ୍ତୁ। ଙତେଣୁ ସିବଆଇ ତଦନ୍ତ ପାଇଁ ଆମେ ଦାବି କରୁଛୁ। ଏଣୁ ପରୀ ବାପାମାଙ୍କୁ ଓ ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଡି.ପୁରନ୍ଦେଶ୍ୱରୀ କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଳିଥିବା ଭାଜପା ରାଲିରେ ସେ ଯୋଗ ଦେଇ ସେ ଫେରିଛନ୍ତି।