ନୀତି କାର୍ଯ୍ୟକାରୀ ହେଉ

ଏବକାର ମାନ୍ଦା ଅର୍ଥ ବ୍ୟବସ୍ଥାରେ ରିୟଲ ଇଷ୍ଟେଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ସେକ୍ଟର ପ୍ରଚୁର ରୋଜଗାର ସୃଷ୍ଟି କରିଥାଏ। ରିୟଲ ଇଷ୍ଟେଟର ଅନ୍ୟ ସେକ୍ଟର ଓ ଶିଳ୍ପ ସହ ଆନ୍ତଃ ଯୋଗାଯୋଗ ରହିଛି। ଏହି କାରଣରୁ ରିୟଲ ଇଷ୍ଟେଟକୁ ଦେଶରେ ପୁଣି ଚାଲୁକରିବା ଦ୍ୱାରା ଏହା ଅନ୍ୟ ସେକ୍ଟରଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ତାହାକୁ ମଧ୍ୟ ଚାଲୁକରିବାରେ ସାହାଯ୍ୟ କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ ଲାଗୁ ହେବା ଦ୍ୱାରା ହାଉସିଂ ସେକ୍ଟରକୁ କ୍ଷତି ପହଞ୍ଚିଛି। ଏହାଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଲକ୍‌ଡାଉନ ପରେ ଘରକୁ ଫେରି ଆସିଥିବା ସଂଖ୍ୟାଧିକ ପ୍ରବାସୀ ଶ୍ରମିକ ମୁଖ୍ୟତଃ ମେଟ୍ରୋସହର କିମ୍ବା ଦ୍ୱିତୀୟ ଶ୍ରେଣୀର ସହରଗୁଡ଼ିକରେ ରିୟଲ ଇଷ୍ଟେଟରେ କାମ କରୁଥିତ୍ଲେ। ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଏମାନେ ଏକ ସିଂହଭାଗ ଥିଲେ। ଏହି ପରିପ୍ରେକ୍ଷୀରେ ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ମାର୍ଚ୍ଚ ୩୧,୨୦୨୨ ପର୍ଯ୍ୟନ୍ତ ମଞ୍ଜୁର ହେବାକୁ ଥିତ୍ବା ନୂଆ ଋଣର ରିସ୍କ ଓ୍ବେଟ୍‌ ଏବଂ ଲୋନ-ଟୁ-ଭାଲ୍ୟୁ( ଏଲ୍‌ଟିଭି) ଅନୁପାତର ପୁନର୍ଗଠନ କରି ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଗ୍ରାହକମାନଙ୍କୁ ଅଧିକ ଟଙ୍କା ଦେବାରେ କୌଣସି ବାଧା ରହିବନି। ଦେଶରେ ରିୟଲ ଇଷ୍ଟେଟ ସେକ୍ଟରକୁ ଆଗକୁ ନେବା ଲାଗି ଆବଶ୍ୟକ ରହିଥିବା ଜରୁରୀ ପାଣ୍ଠି ଯୋଗାଡ କରିବାରେ ଏହି ପଦକ୍ଷେପ ସାହାଯ୍ୟ କରିବ। ଗ୍ରାହକଙ୍କ ପାଇଁ ଗୃହଋଣ ଶସ୍ତାହେବ ଓ ସହଜରେ ବି ମିଳିପାରିବ। ପୂର୍ବରୁ ଋଣ ପରିମାଣ ସ୍ଥିର କରି ତାହାକୁ ଗ୍ରାହକଙ୍କୁ ଦେବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଦିଗକୁ ଭଲଭାବେ ଦେଖୁଥିଲେ। ସେମାନେ ଗ୍ରାହକଙ୍କ କ୍ରେଡିଟ ପ୍ରୋଫାଇଲକୁ ଏହା ସହ ସାମିଲ କରୁଥିଲେ। ବିଭିନ୍ନ ନୀତିନିୟମ ଦୃଷ୍ଟିରୁ ଋଣଦାତା ଋଣ ଦେବା ଲାଗି ଅସମର୍ଥ ହେଉଥିଲେ। ଉଦାହରଣ ସ୍ବରୂପ; ଯଦି ଗୋଟିଏ ବ୍ୟାଙ୍କ ଗ୍ରାହକଙ୍କୁ ୭୫ ଲକ୍ଷ ଟଙ୍କାର ଋଣ ଦିଏ ସେ କ୍ଷେତ୍ରରେ ଗ୍ରାହକକୁ ୧୫ ଲକ୍ଷ ଟଙ୍କା ଯୋଗାଡ କରିବାକୁ କୁହାଯାଉଥିଲା ଓ ପରେ ଋଣଦାତା ୬୦ ଲକ୍ଷ ଦେଉଥିଲା। ଏ କ୍ଷେତ୍ରରେ ୬୦ ଲକ୍ଷ( ଲୋନ୍‌ ଭାଲ୍ୟୁ)ଟଙ୍କାକୁ ୭୫ ଲକ୍ଷ ଟଙ୍କା( କିଣିଥିବା ଗୃହର ମୂଲ୍ୟ)ରେ ଭାଗ କଲେ ଯାହା ହେବ ତାହା ହିଁ ଏଲ୍‌ଟିଭି। ଏଲ୍‌ଟିଭି ୦.୮ ପ୍ରତିଶତ ହେବ। ଯଦି ଏଲ୍‌ଟିଭି ବୃଦ୍ଧିପାଏ ତେବେ ଆଡଭାନ୍ସ ପାଇଁ ବ୍ୟାଙ୍କର ରିସ୍କଓ୍ବେଟ୍‌ ବଢିଯିବ। ଏଲ୍‌ଟିଭି ବୃଦ୍ଧିପାଇବା ଦ୍ୱାରା ଲୋନର ରିସ୍କ ୍‌ଓ୍ବେଟ କମିବ। ଏହାଦ୍ୱାରା ଆଗକୁ ଗ୍ରାହକଙ୍କୁ ବ୍ୟାଙ୍କଗୁଡ଼ିକ ସହଜରେ ଋଣ ଦେଇପାରିବେ।
ବ୍ୟାଙ୍କଗୁଡିକ ଖୁବ୍‌ ଶୀଘ୍ର ସେମାନଙ୍କ ଋଣ ରାଶି ଗୃହକ୍ରେତାଙ୍କ ପାଇଁ ଖୋଲିଦେବେ କହିବା ଖୁବ ସହଜ ହୋଇପାରେ। ନୀତି ଗୋଟିଏ ସ୍ତରରେ ଥାଏ,କିନ୍ତୁ ଯେତେବେଳେ ଏହା କାର୍ଯ୍ୟକାରୀ ହୁଏ ସେତେବେଳେ ବ୍ୟାଙ୍କଗୁଡ଼ିକ ସ୍ବାଧୀନ ଭାବେ ନିଷ୍ପତ୍ତି ନିଅନ୍ତି। ନିକଟରେ ମହାମାରୀ ଭଳି ଦୁର୍ଦ୍ଦିନରେ ଲୋକମାନଙ୍କ ଆର୍ଥିକ କଷ୍ଟ ଦୂର କରିବା ଲାଗି ସେଣ୍ଟ୍ରାଲ ବ୍ୟାଙ୍କ୍‌ ଗୋଲ୍ଡ ଲୋନ ବା ସୁନା ଋଣ ପାଇଁ ଏଲ୍‌ଟିଭି ଅନୁପାତକୁ ପୂର୍ବ ୭୫ ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧି କରିଥିଲା। ପ୍ରାୟ ବ୍ୟାଙ୍କ ଏହି ନିୟମ ପାଳନ କଲେନାହିଁ। ଗୃହଋଣ ସମ୍ପର୍କରେ ଆର୍‌ବିଆଇର ଏବକାର ନିର୍ଦ୍ଦେଶ ସମଦଶା ଭୋଗ କରିପାରେ। ଏବକାର ଋଣଗ୍ରହୀତାଙ୍କୁ ନୂଆ ଯୋଜନା ବାହାରେ ରଖିବାକୁ ମଧ୍ୟ ସହଜରେ ଗ୍ରହଣ ହେଉନାହିଁ। ଋଣନେଇଥିବା ଗ୍ରାହକ ସେମାନଙ୍କ ସମ୍ପତ୍ତି ବନ୍ଧକ ରଖି ଅଧିକ ଟଙ୍କା ଚାହିଁପାରନ୍ତି, ଯାହାକୁ କମ୍‌ ଏଲ୍‌ଟିଭି କାରଣରୁ କୌଣସି କ୍ଷେତ୍ରରେ ଅବମୂଲ୍ୟାୟନ କରାଯାଇପାରେ। ଋଣଦାତାମାନେ ଋଣ ନେଇଥିବା ଏବକାର ଗ୍ରାହକଙ୍କୁ ଏଥିରେ ସାମିଲ କରିବା ସହ ସେମାନଙ୍କୁ ଅଧିକ ଏଲ୍‌ଟିଭି ଆଧାରରେ ଲାଭ ଦେବା ଉଚିତ। ଏମିତି ସଂଖ୍ୟାଧିକ ଋଣ ଗ୍ରହୀତାଙ୍କୁ ଅଧିକ ଏଲ୍‌ଟିଭିର ଲାଭରୁ ବଞ୍ଚିତ କରି ରଖିଲେ ଆର୍‌ବିଆଇର ଏହି ପଦକ୍ଷେପର ଅସଲ ଉଦ୍ଦେଶ୍ୟ ପୂରଣ ହୋଇପାରିବନି। ଗୃହଋଣର ଏଲ୍‌ଟିଭି ବୃଦ୍ଧିକରିବା ଦ୍ୱାରା ବ୍ୟାଙ୍କଗୁଡ଼ିକର ରିସ୍କଓ୍ବେଟ ନିଶ୍ଚିତ କମିବା ସହ ଏହାକୁ ବିଭିନ୍ନ ନୀତିନିୟମରୁ ମୁକ୍ତ କରିବ। ହେଲେ ଏହା ବ୍ୟାଙ୍କଗୁଡ଼ିକର ଇଚ୍ଛା ଉପରେ ନିର୍ଭର କରେ। ସେମାନେ ଯାହା ଚାହିଁବେ ସେଥିପାଇଁ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। ଗ୍ରହଣ କରିବାକୁ ହେବ ଯେ, ବ୍ୟାଙ୍କଗୁଡ଼ିକ ସୁଧହାର କମାଇ ଆଗକୁ ଘର କିଣିବାକୁ ଚାହଁୁଥିବା ଗ୍ରାହକଙ୍କୁ ଲୋନ ନେବା ଲାଗି ଉତ୍ସାହିତ କରିବ। କିନ୍ତୁ ଗୋଲ୍ଡ ଲୋନର ଏଲ୍‌ଟିଭି ବୃଦ୍ଧି କ୍ଷେତ୍ରରେ ଯାହା ଘଟିଲା ଗୃହଋଣ କ୍ଷେତ୍ରରେ ଏଲ୍‌ଟିଭି ବୃଦ୍ଧିକରିବା ଦ୍ୱାରା ସମାନ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। କାଗଜ କଲମରେ କୌଣସି ନୀତି ଲାଗୁ ହୋଇଗଲେ ଯେ ତାହା ହିତାଧିକାରୀମାନଙ୍କ ପାଇଁ ଲାଭ ପହଞ୍ଚିବ ତାହା ଭାବିକା ଭୁଲ। ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ନୀତି ଓ ତା କାର୍ଯ୍ୟକାରିତା ମଧ୍ୟରେ ବିରାଟ ପାଚେରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri