Categories: ଜାତୀୟ

ୟୁପିଏସ୍‌ସି ଆଶାୟୀଙ୍କୁ ଆଉ ଏକ ସୁଯୋଗ ଦିଆଯାଉ

ନୂଆଦିଲ୍ଲୀ, ୩୦।୧(ଆଇଏଏନ୍‌ଏସ୍‌): କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଆଶାୟୀଙ୍କୁ ପୂର୍ବରୁ ଅନେକ ସୁଯୋଗ ଦିଆଯାଇଥିବାବେଳେ ଆଉ ଗୋଟିଏ ଥର ସୁଯୋଗ ଦେବା ସମ୍ଭବ ନୁହେଁ କାହିଁକି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଗୋଟିଏ ଥର ସୁଯୋଗ ଦେଲେ କେତେ ପ୍ରାର୍ଥୀ ପରୀକ୍ଷାକୁ ଆସିବେ ବୋଲି ଜଷ୍ଟିସ୍‌ ଏ.ଏମ୍‌. ଖାନଓ୍ବିଲ୍‌କରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁଙ୍କୁ ପ୍ରଶ୍ନ କରିଥିଲେ। ଅଦାଲତ ସିଭିଲ୍‌ ସର୍ଭିସ ପରୀକ୍ଷା ଲାଗି ପ୍ରାର୍ଥୀଙ୍କ ବୟସସୀମା ବଢ଼ାଇବାକୁ କହୁନାହାନ୍ତି, ତେବେ ଯେଉଁ ପ୍ରାର୍ଥୀମାନଙ୍କର ସବୁ ଉଦ୍ୟମ ଶେଷ ହୋଇଛି, ସେମାନଙ୍କ ପାଇଁ କିପରି ଆଉ ଥରେ କୋହଳ ହୋଇପାରିବ, ତାହା ବାହାର କରିବା ପାଇଁ ଖଣ୍ଡପୀଠ କହିଥିଲେ।

Share