Categories: ଜାତୀୟ

ମାଗଣା ସହାୟତା ଉପରେ ଭୋଟର ନିଷ୍ପତ୍ତି ନିଅନ୍ତୁ: କଂଗ୍ରେସ

ନୂଆଦିଲ୍ଲୀ,୨୯ା୧୦(ଆଇଏଏନ୍‌ଏସ୍‌): ମାଗଣା ସହାୟତା ପ୍ରସଙ୍ଗରେ ଭୋଟରମାନେ ନିଷ୍ପତ୍ତି ନେବା ଉଚିତ ବୋଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଜଣାଇଛି। କ୍ଷେତ୍ର ଅଧିକାର, ପ୍ରବର୍ତ୍ତନତା, ମାଗଣା ଉପହାରର ସଂଜ୍ଞା ଓ ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପଏଣ୍ଟ ଅନୁଯାୟୀ ଉତ୍ତର ଦିଆଯାଇଥିଲା। ଏଥିସହିତ ବ୍ୟକ୍ତିଗତ ଶୁଣାଣି ପାଇଁ ଦଳ ସମୟ ମାଗିଥିବା ଜଣାପଡ଼ିଛି। ନିର୍ବାଚନ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବା ଯୋଗ୍ୟ ମଧ୍ୟରେ ସୀମିତ ରଖିବା ଲାଗି ପ୍ରସ୍ତାବିତ ସଂଶୋଧନ ଉପରେ ନିର୍ବାଚନ କମିଶନ ବିଭିନ୍ନ ଦଳର ମତାମତ ଲୋଡ଼ିଥିଲେ।

Share