‘ଜୋଷୀମଠ ଉଦ୍ଧାର ଲାଗି ସହମତି ଭିତ୍ତିରେ କାର୍ଯ୍ୟ ହେଉ’

ଭୋଗରାଇ,୧୪।୧(ଡି.ଏନ.ଏ.): ସାରା ବିଶ୍ୱରେ ଅଧର୍ମୀମାନଙ୍କ ଦୌରାମତ୍‌ୟ ବଢ଼ି ଚାଲିଥିବା ବେଳେ ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ସୁରକ୍ଷିତ ନାହାନ୍ତି। ନୀତିହୀନ ରାଜନୀତି, ଅରାଜକତା, ଅପସଂସ୍କୃତି ସାରା ପୃଥିବୀକୁ କବଳିତ କରିଥିବା ବେଳେ ସନାତନପନ୍ଥୀ, ସତ୍‌ଗୁରୁ ଓ ଶୁଭବୁଦ୍ଧିସମ୍ପନ୍ନ ରାଷ୍ଟ୍ରଭକ୍ତମାନେ ଅଣ୍ଟା ଭିଡ଼ନ୍ତୁ ବୋଲି ପଶ୍ଚିମବଙ୍ଗ ସାଗରଦ୍ୱୀପ ଗଙ୍ଗାସାଗର ମକର ସଂକ୍ରାନ୍ତିରେ ବୁଡ଼ ଦେବା ଅବସରରେ ପୁରୀ ଗୋବର୍ଦ୍ଧନପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି। ପ୍ରକୃତି, ନଦୀ, ସମୁଦ୍ର ବ୍ୟାପକ ଭାବେ ପ୍ରଦୂଷଣ ହେଉଥିବାରୁ ଉତ୍ତରାଖଣ୍ଡର ଜୋଷୀ ମଠ ଭୂସ୍ଖଳନ ହୋଇ ଗମ୍ଭୀର ସ୍ଥିତି ଉପୁଜିଛି। ଏଥିପାଇଁ ବୈଜ୍ଞାନିକ, ଏକ୍ସପର୍ଟ କମିଟି ଓ ସରକାରଙ୍କ ସହମତି ଭିତ୍ତିରେ କାର୍ଯ୍ୟ ହେଲେ ସୁଫଳ ମିଳିବ ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ଗଙ୍ଗାସାଗରରେ ଶୁକ୍ରବାର ସୁଦ୍ଧା ୩୧ଲକ୍ଷ ପୂଣ୍ୟାର୍ଥୀ ଆସିଥିବା ବେଳେ ମହାରାଷ୍ଟ୍ରର ଜଣେ ୭୫ ବର୍ଷୀୟା ମହିଳାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜିଲାପାଳ ସୁମିତ ଗୁପ୍ତା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।