Posted inଖେଳ

ଅର୍ଜୁନ ପୁରସ୍କାର ପାଇଁ କେଉଁ ଖେଳାଳି ଦାଖଲ କରିଛନ୍ତି ନୋମିନେଶନ, ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୨୯ରେ ହକି ଯାଦୁକର ମେଜର ଧାନଚାନ୍ଦଙ୍କ ୧୧୯ ତମ ଜନ୍ମ ଦିବସ ଅବସରରେ ରବିବାର ସାରା ଦେଶରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି। ଏହି ଦିନ ଦେଶର ରାଷ୍ଟ୍ରପତି ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସହିତ ଦେଶର ଶ୍ରେଷ୍ଠ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ସମ୍ମାନିତ କରିଥାନ୍ତି। ଖେଳ ରତ୍ନା ପୁରସ୍କାର ପରେ ଅର୍ଜୁନ ପୁରସ୍କାରକୁ କ୍ରୀଡା କ୍ଷେତ୍ରରେ ସବୁଠାରୁ ବଡ ପୁରସ୍କାର ବୋଲି ବିବେଚନା କରାଯାଏ। ଖେଲ କ୍ଷେତ୍ରରେ ଏହା ଭାରତର ସର୍ବ ପୁରାତନ ପୁରସ୍କାର।
ଅର୍ଜୁନ ପୁରସ୍କାର ୧୯୬୧ରେ ଆରମ୍ଭ ହୋଇଥିଲା। । ଏହି ପୁରସ୍କାର ପ୍ରତିବର୍ଷ ଦେଶର ବିଭିନ୍ନ କ୍ରୀଡ଼ାର ଶ୍ରେଷ୍ଠ ଖେଳାଳିଙ୍କୁ ପ୍ରଦାନ କରାଯାଏ। ଗତ ଚାରି ବର୍ଷ ମଧ୍ୟରେ ପ୍ରଦର୍ଶନ, ନେତୃତ୍ୱ ଗୁଣ, ସ୍ପୋର୍ଟସ ମ୍ୟାନ୍‌ ଶିପ୍‌ ସ୍ପିରିଟ୍‌ ୍‌ଏବଂ ଖେଳାଳିଙ୍କ ଅନୁଶାସନ ଆଧାରରେ ଏହି ପୁରସ୍କାର ଦିଆଯାଏ। ଏହି ପୁରସ୍କାରରେ ଖେଳାଳିଙ୍କୁ ଅର୍ଜୁନଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ପ୍ରମାଣପତ୍ର ଏବଂ ୧୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥାଏ।
ଚଳିତ ବର୍ଷ ଏହି ପୁରସ୍କାର ପାଇଁ ହକି ଖେଳ ଲାଗି ହରମାନପ୍ରୀତ ସିଂ, ବନ୍ଦନା କାଟାରିଆ ଏବଂ ନବଜୋତ କୌରଙ୍କ ନାମ ନୋମିନେଶନ କରାଯାଇଛି। ସେହିପରି ଶୁଟିଂ କ୍ଷେତ୍ରରେ ଏଲେଭେନିଲ ଭାଲାରିଭାନ ଏବଂ ଅଭିଷେକ ବର୍ମା, ଟେବୁଲ ଟେନିସରେ ସୂତାର ମୁଖାର୍ଜୀ, ଅହିକା ମୁଖାର୍ଜୀ ଏବଂ ମାନବ ଠକ୍କର, ଗଲ୍ଫରେ ଉଦୟନ ମାନେ, ରସିଦ ଖାନ ଏବଂ ଦିକ୍ଷା ଡାଗର, ତୀରନ୍ଦାଜରେ ମୁସ୍କାନ କିରାର, ରେସଲିଂରେ ରବି କୁମାର ଦହିଆ, ଦୀପକ ପୁନିଆ, ଅନୁସୁ ମଲିକ ଏବଂ ସରିତା ମୋର୍‌, ଟେନିସ୍‌ରେ ଅଙ୍କିତା ରୈନା ଏବଂ ପ୍ରଜନେଶ ଗୁନେଶ୍ୱରନ, ବକ୍ସିଂରେ ସିମରନ୍‌ଜିତ କୌର, ଗୌରବ ସୋଲାଙ୍କି ଏବଂ ସୋନିଆ ଚହଲଙ୍କ ନାମକୁ ନୋମିନେଶନ୍‌ କରାଯାଇଛି। ସେହିପରି ଫୁଟବଲରେ ବାଲା ଦେବୀ , କ୍ରିକେଟରେ ଶିଖର ଧାୱନ, କେ.ଏଲ ରାହୁଲ ଏବଂ ଜସପ୍ରୀତ ବୁମରାହ, ବ୍ୟାଡ଼ମିଣ୍ଟନ୍‌ରେ ଏଚ.ଏସ ପ୍ରଣୟ, ପ୍ରଣବ ଜେରି ଚୋପ୍ରା ଏବଂ ସମୀର ବର୍ମା , ମୋଟରସ୍ପୋର୍ଟସ୍‌ରେ ଜେହାନ ଦାରୁୱାଲା, ଓଡିଶା କ୍ରୀଡାବିତ୍‌ ଦୁତି ଚାନ୍ଦ, ଚେସ୍‌ରେ ବିଦିତ ସନ୍ତୋଷ ଗୁଜରାଟୀ, ଆଦିଭାନ ଭାସ୍କରନ, ଏସପି ସେଥୁରାମନ, ଏମ.ଆର୍‌ ଲଲିତ ବାବୁ, ଭକ୍ତି କୁଲକର୍ଣ୍ଣି ଏବଂ ପଦ୍ମିନୀ ରାଉତ, ସନ୍ତରଣରେ ସାଜନ ପ୍ରକାଶଙ୍କ ନାମକୁ ନୋମିନେଶନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri