ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୨୯ରେ ହକି ଯାଦୁକର ମେଜର ଧାନଚାନ୍ଦଙ୍କ ୧୧୯ ତମ ଜନ୍ମ ଦିବସ ଅବସରରେ ରବିବାର ସାରା ଦେଶରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି। ଏହି ଦିନ ଦେଶର ରାଷ୍ଟ୍ରପତି ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସହିତ ଦେଶର ଶ୍ରେଷ୍ଠ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ସମ୍ମାନିତ କରିଥାନ୍ତି। ଖେଳ ରତ୍ନା ପୁରସ୍କାର ପରେ ଅର୍ଜୁନ ପୁରସ୍କାରକୁ କ୍ରୀଡା କ୍ଷେତ୍ରରେ ସବୁଠାରୁ ବଡ ପୁରସ୍କାର ବୋଲି ବିବେଚନା କରାଯାଏ। ଖେଲ କ୍ଷେତ୍ରରେ ଏହା ଭାରତର ସର୍ବ ପୁରାତନ ପୁରସ୍କାର।
ଅର୍ଜୁନ ପୁରସ୍କାର ୧୯୬୧ରେ ଆରମ୍ଭ ହୋଇଥିଲା। । ଏହି ପୁରସ୍କାର ପ୍ରତିବର୍ଷ ଦେଶର ବିଭିନ୍ନ କ୍ରୀଡ଼ାର ଶ୍ରେଷ୍ଠ ଖେଳାଳିଙ୍କୁ ପ୍ରଦାନ କରାଯାଏ। ଗତ ଚାରି ବର୍ଷ ମଧ୍ୟରେ ପ୍ରଦର୍ଶନ, ନେତୃତ୍ୱ ଗୁଣ, ସ୍ପୋର୍ଟସ ମ୍ୟାନ୍ ଶିପ୍ ସ୍ପିରିଟ୍ ୍ଏବଂ ଖେଳାଳିଙ୍କ ଅନୁଶାସନ ଆଧାରରେ ଏହି ପୁରସ୍କାର ଦିଆଯାଏ। ଏହି ପୁରସ୍କାରରେ ଖେଳାଳିଙ୍କୁ ଅର୍ଜୁନଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ପ୍ରମାଣପତ୍ର ଏବଂ ୧୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥାଏ।
ଚଳିତ ବର୍ଷ ଏହି ପୁରସ୍କାର ପାଇଁ ହକି ଖେଳ ଲାଗି ହରମାନପ୍ରୀତ ସିଂ, ବନ୍ଦନା କାଟାରିଆ ଏବଂ ନବଜୋତ କୌରଙ୍କ ନାମ ନୋମିନେଶନ କରାଯାଇଛି। ସେହିପରି ଶୁଟିଂ କ୍ଷେତ୍ରରେ ଏଲେଭେନିଲ ଭାଲାରିଭାନ ଏବଂ ଅଭିଷେକ ବର୍ମା, ଟେବୁଲ ଟେନିସରେ ସୂତାର ମୁଖାର୍ଜୀ, ଅହିକା ମୁଖାର୍ଜୀ ଏବଂ ମାନବ ଠକ୍କର, ଗଲ୍ଫରେ ଉଦୟନ ମାନେ, ରସିଦ ଖାନ ଏବଂ ଦିକ୍ଷା ଡାଗର, ତୀରନ୍ଦାଜରେ ମୁସ୍କାନ କିରାର, ରେସଲିଂରେ ରବି କୁମାର ଦହିଆ, ଦୀପକ ପୁନିଆ, ଅନୁସୁ ମଲିକ ଏବଂ ସରିତା ମୋର୍, ଟେନିସ୍ରେ ଅଙ୍କିତା ରୈନା ଏବଂ ପ୍ରଜନେଶ ଗୁନେଶ୍ୱରନ, ବକ୍ସିଂରେ ସିମରନ୍ଜିତ କୌର, ଗୌରବ ସୋଲାଙ୍କି ଏବଂ ସୋନିଆ ଚହଲଙ୍କ ନାମକୁ ନୋମିନେଶନ୍ କରାଯାଇଛି। ସେହିପରି ଫୁଟବଲରେ ବାଲା ଦେବୀ , କ୍ରିକେଟରେ ଶିଖର ଧାୱନ, କେ.ଏଲ ରାହୁଲ ଏବଂ ଜସପ୍ରୀତ ବୁମରାହ, ବ୍ୟାଡ଼ମିଣ୍ଟନ୍ରେ ଏଚ.ଏସ ପ୍ରଣୟ, ପ୍ରଣବ ଜେରି ଚୋପ୍ରା ଏବଂ ସମୀର ବର୍ମା , ମୋଟରସ୍ପୋର୍ଟସ୍ରେ ଜେହାନ ଦାରୁୱାଲା, ଓଡିଶା କ୍ରୀଡାବିତ୍ ଦୁତି ଚାନ୍ଦ, ଚେସ୍ରେ ବିଦିତ ସନ୍ତୋଷ ଗୁଜରାଟୀ, ଆଦିଭାନ ଭାସ୍କରନ, ଏସପି ସେଥୁରାମନ, ଏମ.ଆର୍ ଲଲିତ ବାବୁ, ଭକ୍ତି କୁଲକର୍ଣ୍ଣି ଏବଂ ପଦ୍ମିନୀ ରାଉତ, ସନ୍ତରଣରେ ସାଜନ ପ୍ରକାଶଙ୍କ ନାମକୁ ନୋମିନେଶନ କରାଯାଇଛି।