ବଲାଙ୍ଗୀର ସଦର ବ୍ଳକ ପକ୍ଷରୁ ଗାଁକୁ ଚାଲ ଅଭିଯାନ

ବଲାଙ୍ଗୀର ଅଫିସ, ୨୮ା୧:  ବଲାଙ୍ଗୀର ସଦର ବ୍ଳକ୍‌ ପକ୍ଷରୁ ବୁଧବାର ଗାଁକୁ ଚାଲ ଅଭିଯାନର ଶୁଭାରମ୍ଭ କରାଯାଇଛି। ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ, ବିଡିଓ ବାସୁଦେବ ମହାପାତ୍ର ଓ ବିଭିନ୍ନ ବିଭାଗୀୟ ପ୍ରଶାସନ ଅଧିକାରୀମାନେ ବୈଦିପାଲି ପଞ୍ଚାୟତର ବରଗାଁକୁ ଯାଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ଏହାର କାର୍ଯ୍ୟାନ୍ବୟନ, ଯୋଜନା ସୁଫଳ ଓ ଜନସହଭାଗିତା ଉପରେ ଲୋକଙ୍କୁ ଅବଗତ କରିଥିଲେ ା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପାଇବାକୁ ଯୋଗ୍ୟ ହିତାଧିକାରୀ ସାମାନ୍ୟ ତ୍ରୁଟି ଯୋଗୁଁ ଯୋଜନା ସୁଫଳ ପାଇବାରୁ ବଞ୍ଚତ ହୋଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏଭଳି କ୍ଷେତ୍ରରେ ସେମାନେ ଗାଁରୁ ବ୍ଳକ୍‌ ଅଫିସକୁ ଦୌଡି ଖର୍ଚ୍ଚାନ୍ତ ହେବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏଭଳି ତ୍ରୁଟିକୁ ଦୂର କରିବା ଓ ଲୋକଙ୍କୁ ଯୋଜନା ସୁଫଳ ପାଇବାର ସରଳ ଉପାୟ ଜଣାଇବାର ମହତ୍‌ ଲକ୍ଷ୍ୟ ରଖି ସଦର ବ୍ଳକ୍‌ ପକ୍ଷରୁ ଏହି ଗଁାକୁ ଚାଲ ଅଭିଯାନ ଆରମଭ କରାଯାଇଛି ା ଅଧ୍ୟକ୍ଷ ଗୋଲାପ ବାଗ ଏହାର ନେତୃତ୍ୱ ନେଇଛନ୍ତି ା ବରଗଁାଠାରେ ପଞ୍ଚାୟତର ବିଭିନ୍ନ ଗଁା ଲୋକେ ଜମା ହୋଇ ଅଧିକାରୀଙ୍କୁ ନିଜର ସମସ୍ୟା ଜଣାଇବା ସହ ସମାଧାନ ବାଟ ବାହାର କରିଥିଲେ ା କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ ଲବ ବାଗ, ସମିତି ସଭ୍ୟ ସଞ୍ଜୁକ୍ତ ଛତ୍ରିଆ, ଜିଲା ପରିଷଦ ସଦସ୍ୟ ସତ୍ୟନାରାୟଣ ଭୋଇ, ଜିପିଓ ଦାମୋଦର ଦାସ ଓ ଅନ୍ୟମାନଙ୍କ ସହ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ, ସମାନ କାମକୁ ସମାନ ଦରମା ଦାବିରେ…

ବଲାଙ୍ଗୀର,୧୨ା୩(ସୁନୀଲ କୁମାର ମହାନ୍ତି): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗୀର ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥା ଜିଲାପାଳଙ୍କ ଜରିଆରେ ୩ ଦଫା ଦାବିପତ୍ର...

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ: ଜଣାଇଲା କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗୀର,୧୦।୧୩ : ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ସାରେ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମ୍ବଲପୁର ବିଧାୟକ...

ଭାଜପା-ବିଜେଡି ଉପରେ ବର୍ଷିଲେ ନରସିଂହ ମିଶ୍ର, କହିଲେ ଭାଇ-ଭାଇ ହୋଇ…

ବଲାଙ୍ଗୀର,୧୦ା୩(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲା କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ...

ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ

ସଇଁତଳା,୧୦ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତିରୁ ଚାରିଚକିଆ...

ବାକି ରହିଲା ପୁଅର ପରୀକ୍ଷା: ଅଧାବାଟରେ ଚାଲିଗଲା ବାପାଙ୍କଜୀବନ, ପୁଅ…

କଣ୍ଟାବାଞ୍ଜି,୮।୩: ଅଧା ବାଟରେ ରହିଲା ପୁଅର ପରୀକ୍ଷା। ପୁଅକୁ ପରୀକ୍ଷା ଦେବାକୁ ନେଉଥିଲା ବେଳେ ଘଟିଲା ଦୁର୍ଘଟଣା । ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ...

ଦାଦନ ଯାଇଥିଲେ ଶବ ହୋଇ ଫେରିଲେ: ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ

ବଲାଙ୍ଗିର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଗଣ୍ଡବାହାଲ (ଜାମପାଲି) ଗାଁର ଦାଦନ ଶ୍ରମିକ ଲାଲ ପାତ୍ର (୫୮)ଙ୍କ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ସନ୍ଦେହଜନକ ମୃତ୍ୟୁ...

ଛୁଟି ଦେଲେନି ପ୍ରିନ୍ସିପାଲ:ହାତରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ପାଟଣାଗଡ଼,୮।୩(ସଚ୍ଚିଦାନନ୍ଦ ମହାକୁର):ବଲାଙ୍ଗୀର ଜିଲା ପାଟଣଗଡ଼ ବ୍ଲକ୍‌ ଭଇଁଷାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୁଟି ନ ମିଳିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image