ବାରିପଦା ଅଫିସ,୧୫।୧୧: ମୟୂରଭଞ୍ଜ ଜିଲା ଉଦଳା ଆର୍ଡବ୍ଲ୍ୟୁଏସ୍ଏସ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ମଙ୍ଗଳବାର ଚଢ଼ାଉ ଜାରି ରହିଛି । ଯାଞ୍ଚବେଳେ ସରକାରୀ ବାସଭବନରୁ ୧ଲକ୍ଷ ୯୮ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ସୋମବାର ଭୁବନେଶ୍ୱର ଏବଂ କେନ୍ଦ୍ରାପଡ଼ାରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ବେଳେ ୮ ଜଣିଆ ଭିଜିଲାନ୍ସ ଟିମ୍ ଉଦଳା କାର୍ଯାଳୟରେ ଡେରା ପକାଇଥିଲେ ।
ମଙ୍ଗଳବାରୁ ଯନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସ ଭବନରେ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୋମବାରଠାରୁ ଏହି ଚଢ଼ାଉ ଜାରି ରହିଛି।