ରାଜ୍ୟରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କଚ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲାରେ ଏମ୍‌ସ ପ୍ରତିଷ୍ଠା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ମୁଖ୍ୟ ଶାସନ ସଚିବ ଚିଠିରେ ଲେଖିଛନ୍ତି ଯେ, ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଉ। ଅନ୍ୟ ରାଜ୍ୟ ପାଇଁ ୨ୟ ଏମ୍‌ସ ପ୍ରସ୍ତାବ ବିଚାରାଧୀନ। ତେଣୁ ସ୍ବାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କଥା ବିରାର ହେଉ।
ସୁନ୍ଦରଗଡ଼ରେ ଏମ୍‌ସ ପାଇଁ ଭିତ୍ତିଭୂମି ରହିଛି । ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୦୦ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ପଢ଼ିବା ନେଇ ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ଓ ଏନ୍‌ଟିପିସି ସହଭାଗିତାରେ ହସ୍ପିଟାଲ ନିର୍ମିତ କରାଯାଇଛି। ପ୍ରସ୍ତାବିତ ଭିତ୍ତିଭୂମି ଥିବା ଅଞ୍ଚଳକୁ ରେଲେୱେ, ବିମାନ ସୁବିଧା ରହିଛି। ଏସବୁ ଭିତିଭୂମି ଥିବା ଦର୍ଶାଇ ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହାଦ୍ୱାରା ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି।

Share