ଛତ୍ରପୁର,୨୮।୫(ଡିଏନଏ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ସୁପରିଚାଳନା ପାଇଁ ମିଶନ ଜିଲା କାର୍ଯ୍ୟକ୍ରମ ଅଧିକାରୀ (ଡିପିଏମ) ଶ୍ୟାମସୁନ୍ଦର ତ୍ରିପାଠୀଙ୍କୁ ପ୍ରଶଂସାପତ୍ର ମିଳିଛି। ଜାତୀୟ ସ୍ବାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ପ୍ରଶଂସାପତ୍ର ପଠାଇଛନ୍ତି। ଆପଣଙ୍କ ଏବଂ ଗଞ୍ଜାମ ସ୍ବାସ୍ଥ୍ୟ ଟିମର ନିଷ୍ଠାର ସହ କାର୍ଯ୍ୟ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ ଦର୍ଶାଇଛନ୍ତି।