ନୂଆଦିଲ୍ଳୀ,୩୧ା୮: ଦିଲ୍ଳୀ ହାଇକୋର୍ଟ ପରିସରରେ ସାନିଟାରି ନାପ୍କିନ୍ ସୁବିଧା ଉପଲବ୍ଧ କରିବା ପାଇଁ କୋର୍ଟରେ ଇନ୍ଟର୍ନ କରୁଥିବା ଜଣେ ମହିଳା ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ମହିଳା ଜଣକ ଅଗଷ୍ଟ ୧ରୁ ହାଇକୋର୍ଟର ଜଣେ ଆଇନଜୀବୀଙ୍କ ଅଧୀନରେ ପ୍ରାକ୍ଟିସ୍ କରୁଥିବାବେଳେ ତାଙ୍କୁ ସାନିଟାରି ନାପ୍କିନ୍ର ଆବଶ୍ୟକତା ପଡ଼ିଥିଲା। ପ୍ରଥମେ ସେ କୋର୍ଟ ପରିସରରେ ଥିବା ମେଡିସିନ୍ ବିଭାଗକୁ ଯାଇଥିଲେ ସେଠାରେ ନାପ୍କିନ୍ ନ ମଳିବା ପରେ ସେ ପ୍ରଶାସନିକ ବ୍ଲକ୍କୁ ଯାଇଥିଲେ। କୌଣସିଠାରେ ତାଙ୍କୁ ନାପ୍କିନ୍ ନ ମିଳିବା ପରେ କୋର୍ଟ ପରିସରରେ ଏନେଇ ସୁବିଧା ଉପଲବ୍ଧ କରାଇବା ଲାଗି ସେ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି।