ପୁନଃ ନିଯୁକ୍ତ ପାଇଁ ଜିଲାପାଳଙ୍କୁ ପତ୍ର

କୋରାପୁଟ,୧୩ା୯(ଅମିତାଭ ବେହେରା): ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ପୁନଃ ନିଯୁକ୍ତି ପାଇଁ ବୁଧବାର କୋରାପୁଟ ଜିଲାପାଳଙ୍କଠାରେ ଦାବି ରଖିଛନ୍ତି ୬ ଛଟେଇ ଜଳସେଚନ ବିଭାଗ କର୍ମଚାରୀ। ଅପର କୋଲାବ ପ୍ରକଳ୍ପରୁ ଛଟେଇ ହୋଇଥିବା ଏହି କର୍ମଚାରୀ କହିଛନ୍ତି, ମାନ୍ୟବର ହାଇକୋର୍ଟ ୨୦୧୯ର ରିଟ୍‌ ପିଟିଶନ (ସି)(ଓଏସି) ସଂଖ୍ୟା-୧୦୭୯ର ଶୁଣାଣି କରି ଗତ ୧୩-୧୦-୨୨ର ଆଦେଶ ସଂଖ୍ୟା ୧ରେ ଦର୍ଶାଇଛନ୍ତି ଯେ, ୨୦୦୭ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ୧୫୨୨(ସି)କୁ ଭିତ୍ତି କରି ପୁନଃ ନିଯୁକ୍ତି ବିଚାର କରାଯାଉ। ଏପରିକି ଏହାକୁ ନେଇ ବହୁ ଛଟେଇ କର୍ମଚାରୀ ପୁନଃ ଚାକିରି ପାଇଛନ୍ତି। କିନ୍ତୁ ବହୁ ଛଟେଇ ଏନ୍‌ଏମ୍‌ଆର ପୁନଃ ନିଯୁକ୍ତିକୁ ଅପେକ୍ଷା କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଆଦେଶ ଦେଇଥିଲେ ଯେ, ଚାକିରି ପାଇଥିବା ଏନ୍‌ଏମ୍‌ଆର୍‌ଙ୍କଠାରୁ ବହୁ ବରିଷ୍ଠ ମଧ୍ୟ ପୁନଃ ନିଯୁକ୍ତି ଅପେକ୍ଷା ରହିଛନ୍ତି, ସେମାନଙ୍କ କଥା ବିଚାର କରାଯାଉ। ଏସବୁ ବିଷୟ ପତ୍ରସଂଖ୍ୟା ୫୬୯ରେ ଇନ୍ଦ୍ରାବତୀ ଏବଂ କୋଲାବ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଗତ ମାର୍ଚ୍ଚ ୧ ତାରିଖରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ତଥାପି ବିଭାଗ ନୀରବ ରହିଥିବା ହେତୁ ଗତ ୨୦୦୧ରୁ ଚାକିରି ହରାଇଥିବା ୧୧ ଜଣ ଏନ୍‌ଏମ୍‌ଆର୍‌ କର୍ମଚାରୀ ନାନା ସମସ୍ୟାର ସମ୍ମୁଖୀନ ହୋଇଚାଲିଥିବା କୁହାଯାଇଛି। ୧୧ ଜଣଙ୍କ ମଧ୍ୟରୁ ୩ଜଣଙ୍କ ଦେହାନ୍ତ ହୋଇଥିବା ବେଳେ ଏହି ଆଦେଶ ବଳରେ ପୂର୍ବରୁ ୨୫ ଛଟେଇ କର୍ମଚାରୀ ଚାକିରି ମଧ୍ୟ ଫେରି ପାଇଛନ୍ତି। ଏଭଳି କ୍ଷେତ୍ରରେ କାଳେନ୍ଦ୍ରୀ ବାଘ, ବିଦେଶୀ ଗୌଡ଼, ସାଇ ରାମା ରାଓ, ଦୟାମଣି ନାୟକ, ସୁଜାମଣି ସୁନା, ପି.ଶଙ୍କର ରାଓ ଆମ କ୍ଷେତ୍ରରେ ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଜିଲାପାଳଙ୍କ ସହ ସେମାନେ ଏହି ପତ୍ରର ନକଲ ମାନ୍ୟବର ଜଳସମ୍ପଦ ମନ୍ତ୍ରୀ, ସଚିବ, ୫-ଟି ସଚିବଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସପିଙ୍କ ଘରେ ଦୋଳି ଖେଳିଲେ ରାଧାକୃଷ୍ଣ

ଫୁଲବାଣୀ, ୧୫।୩(ରାକେଶ କୁମାର ରାଉତ): ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅବିର...

ଦିଗପହଣ୍ଡି ଅଞ୍ଚଳରେ ଦୋଳ ଉତ୍ସବରେ ହୋଲି ଖେଳ

ଦିଗପହଣ୍ଡି,୧୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ପବିତ୍ର ଚୈତ୍ର ପ୍ରତିପଦା ତିଥି ଦୋଳ ଉତ୍ସବ ଅବସରରେ ଯୁବକ ଗୋଷ୍ଠୀ ପକ୍ଷରୁ ହୋଲି ଖେଳ...

ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ

ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ...

ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ: ସମୁଦ୍ରରେ ବୁଡି ଜଣେ ଛାତ୍ର ମୃତ

ଛତ୍ରପୁର,୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳୁ ସମସ୍ତ ଗାଁ ଓ...

ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ହୋଲି ଉତ୍ସବରେ କର୍ମୀଙ୍କୁ କରାଇଲେ ଶପଥ ପାଠ, ରାଲିରେ ପ୍ରକମ୍ପିତ ହେଲା ଜାତୀୟ ରାଜପଥ

କେସିଙ୍ଗା,୧୫.୩(ତୁମେଶର ସାହୁ): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ସଭାପତି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭୁବନେଶ୍ୱରରୁ ଏକ...

ସମୁଦ୍ର, ନଦୀ, ହ୍ରଦ ଉପରେ ଅଗ୍ନିଶମ ଟିମର ନଜର; ହୋଲି ଖେଳ ପରେ ଗାଧୋଇବେ ଲୋକେ

ଛତ୍ରପୁର, ୧୫।୩(ସନ୍ତୋଷ ପାଢ଼ୀ ): ହୋଲି ଖେଳ ପରେ ଗଞ୍ଜାମ ଜ଼ିଲ୍ଲାରେ ଥିବା ସମୁଦ୍ର, ଋଷିକୂଲ୍ୟା ନଦୀ ଏବଂ ତାମ୍ପରା ହ୍ରଦରେ ଲୋକେ ଗାଧୋଇବାକୁ ପସନ୍ଦ...

ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ

ପୁରୁଷୋତ୍ତମପୁର,୧୫।୩(ସିମାଞ୍ଚଳ ମିଶ୍ର): ଭାଇଚାରା ଓ ଗଣପର୍ବକୁ ହୋଲି ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କିପରି ଅଞ୍ଚଳରୁ ବଶୃଙ୍ଖଳା ଦୂରହୋଇ ସମସ୍ତେ...

ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ଦିଲୀପ ଦାସ )୧୫।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟନାୟକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image