ଗ୍ରୀନ୍‌ ଓ୍ବାଲ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୁଣା ଭୁବନେଶ୍ୱର, ୧୩।୭(ଡି.ଏନ୍‌.ଏ.):  ଗ୍ରୀନ୍‌ ଓ୍ବାଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି। ଏଥିରେ ଲେଖା ରହିଛି, ଟୁ ଦି ଅନରେବଲ୍‌ ଚିଫ୍‌ ମିନିଷ୍ଟର ଅଫ୍‌ ଓଡ଼ିଶା, ଶ୍ରୀ ନବୀନ ପଟ୍ଟନାୟକ। ‘ସାଇକ୍ଲୋନ୍‌ ପ୍ରୋନ୍‌ ଓଡ଼ିଶା ନିଡ୍‌ସ ଏ ନିୟୁ ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେଶିନ୍‌ ବିକଜ୍‌ ଉଇ ଓ୍ବାଣ୍ଟ ଟୁ କ୍ରିଏଟ ଏ ଓ୍ବାର୍ଲଡ ହୋୟାର ଦି ଏନ୍‌ଭାଇରମେଣ୍ଟ ଡଜ୍‌ନଟ ନିଡ୍‌ ପ୍ରୋଟେକ୍‌ସନ। ସେଭ୍‌ ଟ୍ରିଜ୍‌ ଫର୍‌ ଏ ବେଟର ଫିଉଚର’। ଏଥି ସହ ଟ୍ରି-ଟ୍ରାନ୍ସପ୍ଲାଣ୍ଟର ଛବି। ଏକ ସୁସ୍ଥ ଭବିଷ୍ୟତ ପାଇଁ ବୃକ୍ଷର ସୁରକ୍ଷା ଜରୁରୀ ବୋଲି ପରିବେଶବିତ୍‌ ସୁଶାନ୍ତ ସାହୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପାଶ୍ଚାତ୍ୟ ଦେଶ ସମେତ ଭାରତର ଅନେକ ରାଜ୍ୟ ଏବେ ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେଶିନ୍‌କୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ମଧ୍ୟ ୪ ଜୁନ ୨୦୧୯ରେ ଚିଠି ନଂ.ଏନ୍‌ଓ୍ବାଇଏ ୦୧୫/୧୯ରେ ଚିଠି ଲେଖି ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ହସ୍ତକ୍ଷେପ କରନ୍ତୁ ବୋଲି ପରିବେଶବିତ୍‌ ସାହୁ ନିବେଦନ କରିଛନ୍ତି।

Share