ନୂଆଦିଲ୍ଲୀ,୨୧।୧୨ : ସମଗ୍ର ବିଶ୍ୱରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି। ନୂତନ ମାମଲା ଉପରେ ନଜର ରଖିବାକୁ ଏବଂ ଜିନୋମ ସିକ୍ୱେନ୍ସିଂକୁ ବୃଦ୍ଧି କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛନ୍ତି। ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ଏକ ଚିଠି ସାମ୍ନାକୁ ଆସିଛି ଯାହା ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସେ ଲେଖିଛନ୍ତି।
ଏଥିରେ ଭାରତ ଯୋଡା ଯାତ୍ରାରେ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ଉଭୟ ନେତାଙ୍କୁ ନିବେଦନ କରାଯାଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ଯଦି ଏହା ସମ୍ଭବ ନୁହେଁ, ତେବେ ଦେଶର ହିତ ପାଇଁ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଉଚିତ।
ସେ ଚିଠିରେ କହିଛନ୍ତି ଯେ, କରୋନାଭାଇରସ ମହାମାରୀ ଏକ ସାଧାରଣ ଜରୁରୀକାଳୀନ ପରିସ୍ଥିତି ହୋଇଥିବାରୁ ଭାରତ ଯୋଡା ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଆବଶ୍ୟକ।