Categories: ଜାତୀୟ

ଦିଲ୍ଲୀରେ ଏଲ୍‌ଜି ଶାସନ

ନୂଆଦିଲ୍ଲୀ,୨୯ା୪: କେନ୍ଦ୍ର ସରକାରଙ୍କ ନୂଆ ଆଇନ ଅନୁସାରେ ଏଣିକି ଦିଲ୍ଲୀରେ ଉପରାଜ୍ୟପାଳ (ଏଲ୍‌ଜି) ସର୍ବେସର୍ବା। ଏଲ୍‌ଜି ଅନିଲ ବୈଜାଲଙ୍କ ନିୟନ୍ତ୍ରଣରେ ୮୦ ବିଭାଗ ରହିବ ଏବଂ ସେ ବିଧାନସଭାରେ ଗୃହୀତ କୌଣସି ବିଲ୍‌କୁ ସ୍ଥଗିତ ରଖିପାରିବେ। ଫଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ନିର୍ବାଚିତ ସରକାର ଏକପ୍ରକାର ଦନ୍ତହୀନ ହୋଇଯାଇଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୨୭ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଗତମାସରେ ପାର୍ଲାମେଣ୍ଟରେ ଗୃହୀତ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ସଂଶୋଧନ) ଆଇନ, ୨୦୨୧ ମଙ୍ଗଳବାର ରାତିରୁ ଲାଗୁ ହୋଇଛି। ନୂଆ ଆଇନ ଅନୁସାରେ ଏବେ ସରକାରର ଅର୍ଥ ହେଉଛି ଏଲ୍‌ଜି। ଦିଲ୍ଲୀ ସରକାରଙ୍କୁ କୌଣସି ନିଷ୍ପତ୍ତି ବା ପଦକ୍ଷେପ ନେବା ପୂର୍ବରୁ ଏଲ୍‌ଜିଙ୍କ ଅନୁମତି ନେବାକୁ ପଡ଼ିବ। ଉପରାଜ୍ୟପାଳ ସରକାରଙ୍କ ବିନା ପରାମର୍ଶରେ ପ୍ରତ୍ୟକ୍ଷ ଭାବେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ। ନିର୍ବାଚିତ ପ୍ରତିନିଧିମାନେ ତାଙ୍କ ନିର୍ଦ୍ଦେଶନାମା ମାନିବାକୁ ବାଧ୍ୟ। ନୂଆ ଆଇନ ବଳରେ ଦିଲ୍ଲୀ ସରକାରଙ୍କୁ ସବୁ କଥାରେ ଏଲ୍‌ଜିଙ୍କ ଅନୁମତି ନେଇ କାମ କରିବାକୁ ପଡ଼ିବ।

Share