Categories: ବାଣିଜ୍ୟ

ଏଲ୍‌ଜିର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୫।୮:ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଏକ ଅଭିନବ ତଥା ବ୍ରାଣ୍ଡ୍‌ ନ୍ୟୁ ଲାଇଫ୍ସ ଇଜ୍‌ ଗୁଡ୍‌ ଗ୍ଲୋବାଲ କ୍ୟାମ୍ପେନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ଅଭିଯାନ ସାରା ବିଶ୍ୱରେ ଏଲ୍‌ଜିର ଉତ୍ପାଦ ଓ ଗୁଣବତ୍ତା ସମ୍ପର୍କରେ ପ୍ରଚାର ଓ ପ୍ରସାର କରିବ। ଏପରିକି କମ୍ପାନୀ ବିଭିନ୍ନ ବ୍ରାଣ୍ଡ୍‌ ଏବଂ କିଛି ନୂତନ ବ୍ରାଣ୍ଡ୍‌କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଇବା ସହ ଗ୍ରାହକଙ୍କ ଚାହିଦା ସମ୍ପର୍କରେ ଅବଗତ ହେବାକୁ ପ୍ରୟାସ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ନିକଟରେ ବ୍ରାଣ୍ଡ୍‌ର ଏହି ଅଭିଯାନ ବିଶ୍ୱସ୍ତରୀୟ ବଜାର ଅନାବରଣ କରାଯାଇଥିଲା। ଏପରିକି ଦୁବାଇ, ଲଣ୍ଡନ, ନ୍ୟୁୟର୍କ ଭଳି କିଛି ପ୍ରମୁଖ ସହରରେ କମ୍ପାନୀ କ୍ୟାମ୍ପେନିଂ ଡିଜିଟାଲ ମାଧ୍ୟମରେ କରାଯାଉଛି। ଉଲ୍ଲେଖଯୋଗ୍ୟ, କମ୍ପାନୀ ବିଶ୍ୱସ୍ତରୀୟ କଳାକାରଙ୍କ ଜରିଆରେ ଏହି ଅଭିଯାନକୁ ଗ୍ରାହକଙ୍କ ନିକଟତର କରିବା ସହ ବ୍ରାଣ୍ଡ୍‌ର ଚାହିଦା ଓ ଗ୍ରାହକଙ୍କ ଆବଶ୍ୟକତା ସମ୍ପର୍କରେ ମଧ୍ୟ ମତାମତ ହାସଲ କରୁଛୁ। ଫଳରେ ଆଗାମୀ ଦିନରେ କମ୍ପାନୀ ନୂତନ ଉତ୍ପାଦ ବଜାର ପ୍ରବେଶ କରାଇବା ସହ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଇଛି।

Share