Categories: ବାଣିଜ୍ୟ

ଏଲ୍‌ଜିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୩।୯: ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏଲ୍‌ଜିର ଓ୍ବାଇଫାଇ କନ୍‌ଭର୍ଟିବୁଲ ସାଇଡ୍‌ ବାଇ ସାଇଡ୍‌ ରେଫ୍ରିଜେଟରକୁ ବଜାର ପ୍ରବେଶ କରାଇଛି। ଉକ୍ତ ରେଫ୍ରିଜେଟରରେ ଅନେକ ପ୍ରକାର ନୂତନ ଫିଚର ସହ ଆଧୁନିକ ବୈଶିଷ୍ଟ୍ୟ ସାମିଲ ରହିଛି। ସେହିଭଳି ଏଲ୍‌ଜିର ଓ୍ବାଇଫାଇ କନ୍‌ଭର୍ଟିବୁଲ ସାଇଡ୍‌ ବାଇ ସାଇଡ୍‌ ରେଫ୍ରିଜରେଟର ୯ଟି ମଡେଲରେ ଉପଲବ୍ଧ। ଏପରିକି ୬୫୦ ଲିଟର କ୍ଷମତା ବିଶିଷ୍ଟ ଉକ୍ତ ରେଫ୍ରିଜେଟରରେ ଏକ ସ୍ବତନ୍ତ୍ର ଆପ୍‌ ରହିଛି। ଏ ସମ୍ପର୍କରେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସର ନିର୍ଦ୍ଦେଶକ ( ହୋମ୍‌ ଆପ୍ଲାଏନ୍ସ ଆଣ୍ଡ ଏୟାର କଣ୍ଡସନର) ହ୍ବାୟଙ୍ଗ ସବ୍‌ଜି କହିଛନ୍ତି, ଆମେ ଆଜି ଏଲ୍‌ଜିର ଓ୍ବାଇଫାଇ କନ୍‌ଭର୍ଟିବୁଲ ସାଇଡ୍‌ ବାଇ ସାଇଡ୍‌ ରେଫ୍ରିଜରେଟରକୁ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଉକ୍ତ ରେଫ୍ରିଜରେଟରରେ ଅନେକ ଅତ୍ୟାଧୁନିକ ଓ ପ୍ରଥମ ଧରଣର ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରାଇଛୁ। ସେହିଭଳି ନୂତନ ଉତ୍ପାଦର ଆବଷ୍କାର ସହ ଗ୍ରାହକଙ୍କ ଚାହିଦା ପୂରଣକୁ ଗୁରୁତ୍ୱ ଦେଇଥାଉ।

Share