ନୂଆଦିଲ୍ଲୀ,୧୯।୧୦: ଟି-୨୦ ବିଶ୍ୱକପ୍ରେ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଆହତ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଛି। ଆସନ୍ତା ୨୪ ଘଣ୍ଟା ପାଇଁ ତାଙ୍କ ଆଘାତ ଉପରେ ନଜର ରଖାଯାଇଛି। ଏହାପରେ ସେ ବିଶ୍ୱକପ୍ରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଭାରତ ୭ ଉଇକେଟରେ ବିଜେତା ହୋଇଥିଲା। ମ୍ୟାଚ୍ର ଅନ୍ତିମ ମୂହୁର୍ତ୍ତରେ ବାଉଣ୍ଡ୍ରିରେ କ୍ୟାଚ୍ ନେବାକୁ ଚେଷ୍ଟା କରୁଥିବା ବେଳେ ଲିଆମ୍ ଆହତ ହୋଇଥିଲେ।
ପ୍ରକାଶ ଯେ, ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ସ୍ଥାନରେ ଲିଆମଙ୍କୁ ସ୍ଥାନ ମିଳିଥିଲା। ଷ୍ଟୋକ୍ସ ଏବେ ମାନସିକ ସ୍ବାସ୍ଥ୍ୟକୁ ନେଇ କ୍ରିକେଟଠାରୁ ଦୂରରେ ରହିଛନ୍ତି। ବୁଧବାର ଇଂଲଣ୍ଡ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ଏକ ଓ୍ବାର୍ମ ଅପ୍ ମ୍ୟାଚ୍ ଖେଳିବ। ବିଶ୍ୱକପ୍ରେ ସେ ଶନିବାର ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।