ଦଳାଚକଟାରେ ୨୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମୋନ୍‌ରୋଭିଆ,୨୦ା୧: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମୋନ୍‌ରୋଭିଆରେ ଗୁରୁବାର ଏକ ଧର୍ମୀୟ କାର୍ଯ୍ୟକ୍ରମ ବେଳେ ଦଳାଚକଟା ହୋଇଛି। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

ଗୁରୁବାର ଭୋର ସମୟରେ ଦଳାଚକଟା ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଏହି ରିପୋର୍ଟ ମିଳିଛି। ପୋଲିସ ମୁଖପାତ୍ର ମୋସେସ୍‌ କାର୍ଟର କହିଛନ୍ତି, ଦଳାଚକଟାରେ ୨୯ ଜଣଙ୍କ ଜୀବନ ଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ହେଲେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ସେ ଆଶଙ୍କ ପ୍ରକାଶ କରିଛନ୍ତି।

ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ଏକ ଚର୍ଚ୍ଚ ନିକଟସ୍ଥ ଏକ ଫୁଟ୍‌ବଲ ପଡ଼ିଆରେ ଏକତ୍ରିତ ହୋଇ ସାମୁହିକ ପ୍ରାର୍ଥନା ବେଳେ ଏହି ଅଘଟଣ ଘଟିଥିବା ପ୍ରତ୍ୟକ୍ଷ୍ୟଦର୍ଶୀ ଇମାନ୍ବେଲ ଗ୍ରେ କହିଛନ୍ତି। ପ୍ରାର୍ଥନା ଶେଷ ବେଳକୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ଚାରିଆଡ଼େ ମୃତଦେହଗୁଡ଼ିକ ପଡ଼ି ରହିଥିବା ସେ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି।

Share