ଲିବିୟା ବନ୍ୟା: ୩ ଲକ୍ଷ ଶିଶୁ ଭୋକ ଉପାସରେ…

ତ୍ରିପୋଲି,୧୮।୯ : ଲିବିୟାରେ ପ୍ରଳୟଙ୍କରୀ ବନ୍ୟା ପରେ ପ୍ରାୟ ୩ ଲକ୍ଷ ଶିଶୁ ଗୁରୁତର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଦିନକୁ ଦୁଇ ବେଳା ଖାଇବାକୁ ମିଳୁନି। ସେମାନେ ଭୋକ ଉପାସରେ ରହିଛନ୍ତି। ବନ୍ୟା ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୦ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ଡର୍ନାରେ ବନ୍ୟା ପରିସ୍ଥିତି ଯୋଗୁ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦ ହଜାର ବାସିନ୍ଦା ବିସ୍ଥାପିତ ହୋଇଛନ୍ତି।

ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି ଲିବିୟାର ପୂର୍ବ ସହର ଡର୍ନାରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧,୩୦୦କୁ ବୃଦ୍ଧି ପାଇଛି। ଅନେକ ଆହ୍ବାନ ସତ୍ତ୍ୱେ ସରକାରୀ ଅଧିକାରୀ ଏବଂ ମାନବିକ ସଂଗଠନ ସେମାନଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

କାଦୁଅ ଏବଂ ଆବର୍ଜନା ସଫା କରିବା ପାଇଁ ଭାରୀ ଯନ୍ତ୍ର ବ୍ୟବହାର କରାଯାଉଛି।

 

Share