ଭୂମଧ୍ୟସାଗରରେ ବୁଡ଼ିଲା ବୋଟ୍‌ : ୭୩ ପ୍ରବାସୀ ମୃତ୍ୟୁ

ଜେନେଭା,୧୫ା୨:ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ବୋଟ୍‌ ବୁଡ଼ିଯିବାରୁ ୭୩ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବୁଧବାର ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍‌ ଫର୍‌ ମାଇଗ୍ରେଶନ୍‌ (ଆଇଓଏମ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ବୋଟ୍‌ରେ ୮୦ ଜଣ ଥିଲେ। ମଙ୍ଗଳବାର ବୋଟ୍‌ଟି କସର ଆଲକାୟରରୁ ୟୁରୋପ ଅଭିମୁଖେ ଯାତ୍ରା କରୁଥିବାବେଳେ ବୁଡ଼ିଯାଇଥିଲା। ୭ ପ୍ରବାସୀ ପହଁରି ଲିବ୍ୟା ଉପକୂଳରେ ଲାଗିଥିବାବେଳେ ଅନ୍ୟମାନେ ନିଖୋଜ ହୋଇଯାଇଥିଲେ। ନିଖୋଜ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତଦେହକୁ ସ୍ଥାନୀୟ ପୋଲିସ ଠାବ କରିଛି। ଚଳିତ ବର୍ଷ ଏହାକୁ ମିଶାଇ କେନ୍ଦ୍ରୀୟ ଭୂମଧ୍ୟସାଗରରେ ୧୩୦ ଜଣ ସଲୀଳ ସମାଧି ନେଇସାରିଲେଣି। ଗତବର୍ଷ ୧,୪୫୦ ଜଣ ଭାସିଯାଇ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡି ଆସୁଛି ଭୟଙ୍କର ବରଫ ଝଡ଼: ଆମେରିକାରେ ହାଇଆଲର୍ଟ

ଓ୍ବାଶିଂଟନ୍‌,୬।୧: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର...

ଦକ୍ଷିଣ କୋରିଆ ପହଞ୍ଚିଲେ ଆମେରିକା ବୈଦେଶିକ ମନ୍ତ୍ରୀ, ଏପଟେ ମିଶାଇଲ ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ

ସିଓଲ,୬।୧: ସୋମବାର ଉତ୍ତର କୋରିଆ ଏକ ମଧ୍ୟବର୍ତ୍ତୀ ରେଞ୍ଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ସମୁଦ୍ରରେ ଫିଙ୍ଗି ଦେଇଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର...

ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ଅର୍ଦ୍ଧନମିତ ରହିବ ଆମେରିକା ପତାକା: ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ, ୫।୧: ଆସନ୍ତା ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବାକୁ ଯାଉଛନ୍ତି। କିନ୍ତୁ ଏହି ସମୟରେ ପୂରା ଦେଶରେ...

HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ...

ଭାରତ ସହ ତୁତୁମେମେ ଭିତରେ ବାଂଲାଦେଶ ନେଲା ବଡ ନିଷ୍ପତ୍ତି! ଏହି କାର୍ଯ୍ୟକ୍ରମକୁ କଲା ରଦ୍ଦ

ଢାକା,୬।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ରବିବାର (ଜାନୁୟାରୀ ୫) ଭାରତରେ ଯୋଜନା କରାଯାଇଥିବା ନ୍ୟାୟିକ ତାଲିମ କାର୍ଯ୍ୟକ୍ରମ ବାତିଲ କରିବାକୁ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ସାରା ବିଶ୍ୱରେ ଖେଳିଗଲା ଆତଙ୍କ: ଆଉ ୨ ଦେଶକୁ ବ୍ୟାପିଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌

ବେଜିଂ,୬।୧: କୋଭିଡ-୧୯ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାଏକ ନୂତନ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। ଏଥର ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ (ଏଚ୍‌ଏମ୍‌ପିଭି)...

ଭାରତରେ ପ୍ରବେଶ କଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌: ୮ ମାସର ଝିଅ ସଂକ୍ରମିତ

ବେଙ୍ଗାଲୁରୁ,୬।୧: ଚାଇନାର ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ସୂଚନାନୁସାରେ, ଜଣେ ୮ ମାସର ଝିଅ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri