Categories: ବାଣିଜ୍ୟ

ଏଲ୍‌ଆଇସିକୁ ୮୪ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍‌ ପଠାଇଲା ଆୟକର ବିଭାଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)କୁ ଆୟକର ବିଭାଗ ପକ୍ଷରୁ ଟିକସ ନୋଟିସ୍‌ ମିଳିଛି। ନୋଟିସ୍‌ରେ ଆୟକର ବିଭାଗ ୮୪ କୋଟି ଟଙ୍କା ଜରିମାନା ଦେବାକୁ ଦାବି କରିଛି। ୩ ବର୍ଷ ଆଧାରରେ ଏହି ଦାବି କରାଯାଇଛି। ତେବେ ଆୟକର ବିଭାଗର ନୋଟିସ ବିରୋଧରେ ଏଲ୍‌ଆଇସି ମଧ୍ୟ ଅପିଲ ଦାୟର କରିବ ବୋଲି ନିଷ୍ପତ୍ତି ନେଇଛି।

ଏଲ୍‌ଆଇସି ରେଗୁଲେଟୋରୀ ଫାଇଲିଂରେ କହିଛି, ୨୦୧୨-୧୩ ଆର୍ଥିକ ବର୍ଷ ଲାଗି ୧୨.୬୧ କୋଟି, ୨୦୧୮-୧୯ ଲାଗି ୩୩.୮୨ କୋଟି ଟଙ୍କା, ୨୦୧୯-୨୦ ଲାଗି ୩୭.୫୮ କୋଟି ଟଙ୍କାର ଜରିମାନା ଲଗାଯାଇଛି। ଆୟକର ଅଧିନିୟମ ୧୯୬୧ର ଧାରା ୨୭୧(୧)(ସି), ୨୭୦ଏର ଉଲ୍ଲଂଘନ ଲାଗି ବିମା କମ୍ପାନୀ ଉପରେ ଜରିମାନା ଲଗାଯାଇଛି ବୋଲି କୁହାଯାଇଛି।

Share