ନୂଆଦିଲ୍ଲୀ,୩।୭: ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତା’ର ଇଣ୍ଡିଆନ ଏମ୍ବେଡେଡ୍ ଭାଲ୍ୟୁ (ଆଇଇଭି) ସମ୍ପର୍କରେ ଘୋଷଣା କରିପାରେ ବୋଲି ସୂଚନା ମିଳିଛି। ଏପରିକି ୨୦୨୨ ମାର୍ଚ୍ଚ ୩୧ରୁ ନିଗମ ଉକ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହା ଜୁଲାଇ ୧୫ ସୁଦ୍ଧା ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି। ଅପରପକ୍ଷରେ ନିଗମର ଉକ୍ତ ପ୍ରକ୍ରିୟା ଶେଷ ହେବା ପାଇଁ ଆଉ କିଛି ସମୟ ଲାଗିବ ବୋଲି ଏଲ୍ଆଇସି ଷ୍ଟକ୍ ବଜାରକୁ ଫାଇଲିଂ ସମୟରେ ଅବଗତ କରାଇଛି। ସେହିଭଳି ଉକ୍ତ ପ୍ରକ୍ରିୟା ଶେଷ ହେବା ସହ କିଛି ଆନୁଷଙ୍ଗିକ ମଞ୍ଜୁରୀ ମିଳିବା ପରେ ଏହାକୁ ସାର୍ବଜନୀନ କରାଯିବ। ସୂଚନାଯୋଗ୍ୟ, ଅଂଶୀଦାରଙ୍କ ପାଇଁ ଧାର୍ଯ୍ୟ ନିଗମର ମୋଟ ମୂଲ୍ୟକୁ ଏମ୍ବେଡେଡ୍ ଭାଲ୍ୟୁ (ଇଭି) ବୋଲି ବିଚାର କରାଯାଏ।