ଏଲ୍‌ଆଇସିର ୫୮ ହଜାର କୋଟିର ବଡ଼ ପ୍ଲାନ୍‌, ଆଗକୁ…

ନୂଆଦିଲ୍ଲୀ, ୧୮।୬: ଦେଶର ସବୁଠାରୁ ବଡ଼ ଇନ୍ସ୍ୟୁରାନ୍ସ କମ୍ପାନୀ ଏଲ୍‌ଆଇସି ଆଗକୁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଜମି ଏବଂ ବିଲ୍ଡିଂ ବ୍ୟବସାୟ କରିବା ପାଇଁ ଏଲ୍‌ଆଇସି ୫୮ ହଜାର କୋଟି ଟଙ୍କାର ପ୍ଲାନ ପ୍ରସ୍ତୁତ କରିଛି । ମିଡିଆ ରିପୋର୍ଟ ଅନୁସାରେ ଏଲ୍‌ଆଇସିର ବିଭିନ୍ନ ସହରରେ ରହିଥିବା ରିୟଲ୍‌ଇଷ୍ଟେଟ୍‌ ସମ୍ପତ୍ତି ବିକ୍ରିକରି ବ୍ୟବସାୟ କରିବାକୁ ଯାଉଛି । କମ୍ପାନୀର ଅନେକ ପ୍ଲଟ୍‌ ଏବଂ ବାଣିଜ୍ୟ ଭିତ୍ତିକ ବିଲ୍ଡିଂ ରହିଛି । ରେଳ ବିଭାଗ ଏବଂ ସେନା ପାଖରେ ରହିଥିବା ଜମି ପରେ ଏଲ୍‌ଆଇସି ପାଖରେ ଅଧିକ ଜମି ରହିଛି । ଯାହାର ଦାମ୍‌ ଲକ୍ଷ ଲକ୍ଷ କୋଟି ଟଙ୍କା ହେବ ।

ମିଳିଥିବା ସୂଚନା ଅନୁସାରେ ଏଲ୍‌ଆଇସିର ଉପରିସ୍ଥ ଅଧିକାରୀଙ୍କ ମଧ୍ୟରେ କେତେକ ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଛି । ଏଲ୍‌ଆଇସିର ପଡ଼ି ରହିଥିବା ଜମି ଏବଂ ପ୍ରାଇମ୍‌ ଲୋକେସନ୍‌ରେ ଥିବା ବିଲ୍ଡିଂଗୁଡ଼ିକରୁ କିପରି ଅର୍ଥ ଉପାର୍ଜନ କରିହେବ ସେ ନେଇ ବାଚାର କରାଯାଉଛି । ଏଗୁଡ଼ିକର ଦାମ୍‌ ନିର୍ଦ୍ଧାରଣ କରିବାକୁ ଯୋଜନା ହେଉଛି । ପୂର୍ବରୁ ନିର୍ଦ୍ଧାରଣ ହୋଇଥିବା ଦାମ୍‌ ଅନୁସାରେ ଏଲ୍‌ଆଇସି ପାଖରେ ୫୦ରୁ ୬୦ ହଜାର କୋଟିର ସମ୍ପତ୍ତି ରହିଛି । ଯାହାକି ଏବେ ୫ରୁ ୬ଗୁଣ ବୃଦ୍ଧି ପାଇଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ,୧ା୭: ହ୍ରାସ ପାଇଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ...

ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୧ା୭: ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା ‘ସ୍ମାର୍ଟ ଲକ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଆଇମୋବାଇଲ୍‌ ପେ’ରେ ବ୍ୟାଙ୍କର ନୂତନ ସୁବିଧା ‘ସ୍ମାର୍ଟ ଲକ୍‌’ର...

ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ

ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା...

କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ...

ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍‌ ଟି୨୦ ଜିତିନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ...

ଆପଣ ଜିଓ,ଏୟାରଟେଲ ୟୁଜର୍ସ କି? ୩ ଜୁଲାଇ ପୂର୍ବରୁ କରିନିଅନ୍ତୁ ଏହି ରିଚାର୍ଜ, ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୨୯।୬: ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସେମାନଙ୍କ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରି ଉପଭୋକ୍ତାମାନଙ୍କୁ ବଡ଼ ଝଟକା ଦେଇଛନ୍ତି। ଜିଓ ଯୋଜନାଗୁଡିକର ବର୍ଦ୍ଧିତ ମୂଲ୍ୟ...

କୃଷି ରପ୍ତାନି କ୍ଷେତ୍ରରେ ଉନ୍ନତିର ସମ୍ଭାବନା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଦିନିକିଆ କର୍ମଶାଳା ‘ଫାର୍ମ୨ ଫର୍କ’ର ୧୦ମ ସଂସ୍କରଣ ଶୁକ୍ରବାର ଭୁବନେଶ୍ୱରର ଏକ...

ସର୍ବଭାରତୀୟ ହାକାଥନ୍‌ରେ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ଚାମ୍ପିୟନ

ଭୁବନେଶ୍ୱର,୨୯।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍‌ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍‌ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି। ଉଲ୍ଲେଖଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri