Categories: ବାଣିଜ୍ୟ

ଏଲ୍‌ଆଇସିର ୫୮ ହଜାର କୋଟିର ବଡ଼ ପ୍ଲାନ୍‌, ଆଗକୁ…

ନୂଆଦିଲ୍ଲୀ, ୧୮।୬: ଦେଶର ସବୁଠାରୁ ବଡ଼ ଇନ୍ସ୍ୟୁରାନ୍ସ କମ୍ପାନୀ ଏଲ୍‌ଆଇସି ଆଗକୁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଜମି ଏବଂ ବିଲ୍ଡିଂ ବ୍ୟବସାୟ କରିବା ପାଇଁ ଏଲ୍‌ଆଇସି ୫୮ ହଜାର କୋଟି ଟଙ୍କାର ପ୍ଲାନ ପ୍ରସ୍ତୁତ କରିଛି । ମିଡିଆ ରିପୋର୍ଟ ଅନୁସାରେ ଏଲ୍‌ଆଇସିର ବିଭିନ୍ନ ସହରରେ ରହିଥିବା ରିୟଲ୍‌ଇଷ୍ଟେଟ୍‌ ସମ୍ପତ୍ତି ବିକ୍ରିକରି ବ୍ୟବସାୟ କରିବାକୁ ଯାଉଛି । କମ୍ପାନୀର ଅନେକ ପ୍ଲଟ୍‌ ଏବଂ ବାଣିଜ୍ୟ ଭିତ୍ତିକ ବିଲ୍ଡିଂ ରହିଛି । ରେଳ ବିଭାଗ ଏବଂ ସେନା ପାଖରେ ରହିଥିବା ଜମି ପରେ ଏଲ୍‌ଆଇସି ପାଖରେ ଅଧିକ ଜମି ରହିଛି । ଯାହାର ଦାମ୍‌ ଲକ୍ଷ ଲକ୍ଷ କୋଟି ଟଙ୍କା ହେବ ।

ମିଳିଥିବା ସୂଚନା ଅନୁସାରେ ଏଲ୍‌ଆଇସିର ଉପରିସ୍ଥ ଅଧିକାରୀଙ୍କ ମଧ୍ୟରେ କେତେକ ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଛି । ଏଲ୍‌ଆଇସିର ପଡ଼ି ରହିଥିବା ଜମି ଏବଂ ପ୍ରାଇମ୍‌ ଲୋକେସନ୍‌ରେ ଥିବା ବିଲ୍ଡିଂଗୁଡ଼ିକରୁ କିପରି ଅର୍ଥ ଉପାର୍ଜନ କରିହେବ ସେ ନେଇ ବାଚାର କରାଯାଉଛି । ଏଗୁଡ଼ିକର ଦାମ୍‌ ନିର୍ଦ୍ଧାରଣ କରିବାକୁ ଯୋଜନା ହେଉଛି । ପୂର୍ବରୁ ନିର୍ଦ୍ଧାରଣ ହୋଇଥିବା ଦାମ୍‌ ଅନୁସାରେ ଏଲ୍‌ଆଇସି ପାଖରେ ୫୦ରୁ ୬୦ ହଜାର କୋଟିର ସମ୍ପତ୍ତି ରହିଛି । ଯାହାକି ଏବେ ୫ରୁ ୬ଗୁଣ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

Share