ନୂଆଦିଲ୍ଲୀ,୨୯ା୯ – ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଏବଂ ଡାକ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରିଣ୍ଟ ଟୁ ପୋଷ୍ଟ ସଲ୍ୟୁଶନ ପାଇଁ ଏହା ଉଦ୍ଦିଷ୍ଟ ହେବ। ଏହି ସଲ୍ୟୁଶନ ଡାକ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଛି। ଜୀବନ ବୀମା ପଲିସିଗୁଡିକର ପ୍ରିଣ୍ଟିଂ ଏବଂ ଡେସ୍ପ୍ୟାଚ୍ କରିବାରେ ଡାକ ବିଭାଗ କାର୍ଯ୍ୟ କରୁଛି। ଡାକ ବିଭାଗର ଉକ୍ତ ସେବାକୁ ଏଲ୍ଆଇସି ହାସଲ କରୁଥିବା ବେଳେ ଏନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏଲ୍ଆଇସି ଅଧ୍ୟକ୍ଷ ଏମ୍.ଆର୍.କୁମାର, ଏମ୍ଡି ମୁକେଶ କୁମାର ଗୁପ୍ତା, ରାଜକୁମାର, ମିନି ଇପି, ଇଡି ପ୍ରଭୀନ କୁମାର, ଡାକ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ଅଜୟ କୁମାର ରଏ,ନୂଆଦିଲ୍ଲୀର ପୋଷ୍ଟ ମାଷ୍ଟର ଜେନେରାଲ ଟିଏମ୍ ଶ୍ରୀଲତା ପ୍ରମୁଖ ଉପସ୍ଥିତ ଥିଲେ। ଏଲ୍ଆଇସି ପ୍ରଡକ୍ଟ ଡେଲିଭରିକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଥିବା କୁମାର କହିଛନ୍ତି।