ନୂଆଦିଲ୍ଲୀ,୧୪ା୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଆଇପିଓ ଲଞ୍ଚ୍କୁ ନେଇ ନିବେଶକମାନେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ତେବେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ(ସେବି)ନିକଟରେ ନୂଆ ଦସ୍ତାବିଜ ଦାଖଲ ନ କରି ଏଲ୍ଆଇସି ଆଇପିଓ ଆଣିବା ପାଇଁ ସରକାରଙ୍କ ନିକଟରେ ମେ’ ୧୨ ସୁଦ୍ଧା ସମୟ ରହିଛି। ସରକାର ପ୍ରଥମେ ଏଲ୍ଆଇସିର ପ୍ରାୟ ୫% ଶେୟାର ବିକ୍ରି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ଶେଷ ସୁଦ୍ଧା ଆଇପିଓ ଆଣିବା ଲକ୍ଷ୍ୟରେ ଥିଲେ। ଆଇପିଓରେ ପ୍ରାୟ ୬୦,୦୦୦ କୋଟି ନିବେଶ କରିିବା ଯୋଜନା ରଖିଥିବା ବେଳେ ରୁଷ୍ -ୟୁକ୍ରେନ୍ ଯୁଦ୍ଧ ଫଳରେ ଶେୟାର ବଜାରରେ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁ ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ତେବେ ସରକାର ଫେବୃୟାରୀ ୧୩ରେ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ କରିଥିଲା ଏବଂ ଗତ ସପ୍ତାହରେ ତାକୁ ମଞ୍ଜୁରୀ ମିଳିଯାଇଛି।