Categories: ବାଣିଜ୍ୟ

ଏଲ୍‌ଆଇସି ଆଇପିଓ ଆକାରରେ ହ୍ରାସ

ନୂଆଦିଲ୍ଲୀ,୨୪।୪: ଭାରତୀୟ ଜୀବନବୀମା ନିଗମ ବୋର୍ଡ ପକ୍ଷରୁ ରାଷ୍ଟ୍ରାୟତ୍ତ ଫାର୍ମର ପ୍ରାରମ୍ଭିକ ସାର୍ବଜନିନ ଅଫରିଂ (ଆଇପିଓ)ର ଆକାର ହ୍ରାସ କରିବାକୁ ଅନୁମୋଦନ କରାଯାଇଛି। ନିୟାମକ ଅନୁମୋଦନ ଅନୁସାରେ ସରକାର ଏଲ୍‌ଆଇସିରେ ନିଜର ୩.୫% ଅଂଶଧନକୁ ୨୧,୦୦୦ କୋଟି ଟଙ୍କାରେ ବିକ୍ରି କରିବେ। ଏଲ୍‌ଆଇସି ଆଇପିଓର ଆକାରକୁ ଡ୍ରାଫ୍ଟ ରେଡ୍‌ ହେରିଂ ପ୍ରସ୍ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦ୍ୱାରା ପ୍ରସ୍ତାବିତ ୫%ରୁ ହ୍ରାସକରି ୩.୫% କରିବାର ପ୍ରସ୍ତାବ ଶନିବାର ବୋର୍ଡ ବୈଠକରେ ଉପସ୍ଥାପନା କରାଯିବା ସହିତ ଏହାକୁ ଅନୁମୋଦନ ମଧ୍ୟ କରାଯାଇଥିଲା। ନିବେଶକମାନଙ୍କ ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ମୋଟ୍‌ ୬ଲକ୍ଷ କୋଟି ଟଙ୍କାର ଏହି ଆଇପିଓରେ ଏଲ୍‌ଆଇସିର ମୂଲ୍ୟାଙ୍କନ ୫.୩୯ ଲକ୍ଷ କୋଟିର ୧.୧ଗୁଣ ସ୍ଥିର କରାଯାଇଛି।

Share