ଏଲଆଇସି ପଲିସି ବନ୍ଦ ହୋଇଯାଇଥିଲେ ଏପରି କରନ୍ତୁ ପୁଣି ଆରମ୍ଭ, ମିଳୁଛି ୩୦ପ୍ରତିଶତ ରିହାତି

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଦେଶ ବ୍ୟାପି କୋଟି କୋଟି ପଲିସି ହୋଲଡ଼ର ରହିଛନ୍ତି। କିଛି ଲୋକେ ପଲିସି କିଣି ଦିଅନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରିମିୟମ ଭାରି ପାରିନଥାନ୍ତି। ଏଭଳି ସ୍ଥିତିରେ ପଲିସି (ଲାପସ୍) ବନ୍ଦ ହୋଇଯାଇଥାଏ। ଏଭଳି ପଲିସିକୁ ପୁଣିଥରେ ଚାଲୁ କରିବା ପାଇଁ ଏଲଆଇସି ସ୍ୱତନ୍ତ୍ର ପୁନରୁଦ୍ଧାର ଅଭିଯାନ ଆରମ୍ଭ କରିଛି। ଏହାକୁ ୧ ସେପ୍ଟେମ୍ବରରୁ ୩୧ ଅକ୍ଟୋବର ମଧ୍ୟରେ ଆରମ୍ଭ କରାଯାଇଛି। ତେବେ ଆସନ୍ତୁ ଜାଣିବା କିପରି ବନ୍ଦ ହୋଇଯାଇଥିବା ପଲିସିକୁ ପୁନର୍ବାର ଚାଲୁ କରିହେବ।

ପଲିସି ଲାପସ୍ କ’ଣ ?

ଏଲଆଇସିର ବିଭିନ୍ନ ପଲିସି ଅନୁଯାୟୀ ତିନି ମାସିଆ, ଛଅ ମାସିଆ, ବର୍ଷିକିଆ ଏବଂ ମାସିକିଆ ପ୍ରିମିୟମ ରହିଥାଏ। ତେବେ ସମୟ ଅନୁସାରେ ପ୍ରିମିୟମ ଜମା ନହୁଏ ତେବେ ପଲିସି ବନ୍ଦ ହୋଇଯାଇଥାଏ। ଏଭଳି ସ୍ଥିତିରେ ପଲିସିକୁ ପୁନର୍ବାର ଚାଲୁ କରିବା ପାଇଁ ଜୋରିମାନା ଦେବାକୁ ପଡେ। ଏହା ପରେ ଯାଇ ପଲିସି ପୁଣି ଚାଲୁ ହୋଇଥାଏ।

ଏଲଆଇସି ଏକ୍ସ(ଟୁଇଟର)ରେ ଏହାର ଏକ ଟୁଇଟ କରି ଲେଖିଛି ଯେ, ଇଲାଇସିର ସ୍ପେସିଆଲ ପୁନରୁଦ୍ଧାର କ୍ୟାମ୍ପେନ ଆରମ୍ଭ ହୋଇଯାଇଛି। ଏହାରି ମାଧ୍ୟମରେ ଗ୍ରାହକମାନେ 1 ସେପ୍ଟେମ୍ବରରୁ 31 ଆଲ୍ଟୋବାର ମଧ୍ୟରେ ବନ୍ଦ ହୋଇଯାଇଥିବା ପଲିସିକୁ ପୁଣିଥରେ ଚାଲୁ କରିପାରିବା ପାଇଁ ସବସିଡି ମଧ୍ୟ ମିଳୁଛି। ଏହି କ୍ୟାମ୍ପେନରେ ୩୦ପ୍ରତିଶତ ରିହାତି ମିଳୁଛି।

କୌଣସି ଗ୍ରାହକଙ୍କୁ ତାଙ୍କର ପଲିସି ପୁନଃ ଚାଲୁ କରିବା ପାଇଁ ଏଲାଇସିର ଅଫିସିଆଲ ୱେବସାଇଟକୁ ଯିବାକୁପଡିବ। ଏହା ବ୍ୟତୀତ ଗ୍ରାହକମାନେ ନିକଟସ୍ଥ ଶାଖା କିମ୍ବା ଏଜେଣ୍ଟଙ୍କ ସହିତ ଦେଖାକରି ନିଜର ଏଲଆଇସି ପଲିସିକୁ ପୁଣି ଚଳାଇପାରିବେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri