Categories: ବାଣିଜ୍ୟ

‘କ୍ରେଡିଟ୍‌ କାର୍ଡ’ ଆଣିଲା ଏଲ୍‌ଆଇସି: ମାଗଣାରେ ମିଳିବ ୫ ଲକ୍ଷର ବୀମା ସୁରକ୍ଷା ସମେତ ଅନେକ ଲାଭ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁରକ୍ଷା ସହ ଅନେକ ଲାଭ ପ୍ରଦାନ କରାଯାଉଛି। କ୍ରେଡିଟ୍‌ କାର୍ଡରେ ଯୋଗଦାନ ଏବଂ ବାର୍ଷିକ ଶୁଳ୍କ ନାହିଁ। ଏହାଛଡ଼ା ବର୍ଷକୁ ୯% ସୁଧ ହାର ରହିଛି। ସାରା ଦେଶରେ ୨୭ କୋଟିରୁ ଅଧିକ ପଲିସିଧାନୀଙ୍କୁ ପ୍ରତ୍ୟେକ ଏଲ୍‌ଆଇସି ବୀମା ଯୋଗଦାନ ଉପରେ ରିଓ୍ବାର୍ଡ ପଏଣ୍ଟ ରୂପରେ ସଞ୍ଚୟର ସୁବିଧା ମିଳିବ।

ଏଲ୍‌ଆଇସି କାର୍ଡସ୍‌, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏବଂ ମାଷ୍ଟରକାର୍ଡ ଦୁଇ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛନ୍ତି। ଏହି କାର୍ଡର ନାମ ଏଲ୍‌ଆଇସି କ୍ଲାସିକ୍‌ ଏବଂ ଏଲ୍‌ଆଇସି ସିଲେକ୍ଟ ରହିଛି। କ୍ଲାସିକ୍‌ କାର୍ଡରେ ଅତିକମ୍‌ରେ ଗୋଟିଏ ଟ୍ରାନ୍ଜାକ୍ସନ କଲେ ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣାଜନିତ ସୁରକ୍ଷା ମିଳିବ। ୩୦ ଦିନ ମଧ୍ୟରେ ୫୦୦୦ ହଜାର ଟଙ୍କା ଖର୍ଚ୍ଚ କଲେ ୧୦୦୦ ଟଙ୍କାର ରିଓ୍ବାର୍ଡ ପଏଣ୍ଟ ମିଳିବ। କୋର୍ଡ ଜେନେରେଟ୍‌ ହେବାର ୩୦ ଦିନ ମଧ୍ୟରେ କରାଯାଇଥିବା ପ୍ରଥମ ଇଏମ୍‌ଆଇ ଦେଣ ଉପରେ ୫% ନଚେତ ୧୦୦୦ ଟଙ୍କା ଯାଏ କ୍ୟାଶବ୍ୟାକ୍‌ ମିଳିବ। ଘରୋଇ ବିମାନ ବୁକିଂରେ ମଧ୍ୟ ୫୦୦ ଟଙ୍କା ଯାଏ ରିହାତି ମିଳିବ।

ସେହିଭଳି ଏଲ୍‌ଆଇସି ସିଲେକ୍ଟ କ୍ରେଡିଟ୍‌ କାର୍ଡରେ ମଧ୍ୟ ଅନେକ ଲାଭ ମିଳିବ। ସୁଧ ହାର ୦.୭୫% ପ୍ରତିମାସ ନଚେତ ବାର୍ଷିକ ୯% ରୁ ଆରମ୍ଭ ହେବ। ଏହା ମାସକୁ ୩.୫% ନଚେତ ବର୍ଷକୁ ୪୨% ଯାଏ ହୋଇପାରିବ। ଘରୋଇ ନଚେତ ଅନ୍ତର୍ଜାତୀୟ ଏଟିଏମ୍‌ରେ ୪୮ ଦିନ ଯାଏ ସୁଧମୁକ୍ତ ନଗଦ ମୁକାଳିବାର ସୁବିଧା ମିଳିବ। ବିଳମ୍ବରେ ଟଙ୍କା ପୈଠକ କଲେ ମୂଳ ପେମେଣ୍ଟର ୧୫% ଅଧିକ ଦେବାକୁ ହେବ। ଏହା ଅତିକମ୍‌ରେ ୧୦୦ ଟଙ୍କା ଏବଂ ସର୍ବାଧିକ ୧୨୫୦ ଟଙ୍କା ରହିଛି। କେବଳ ଏତିକି ନୁହେଁ ଏଲ୍‌ଆଇସି କ୍ରେଡିଟ୍‌ କାର୍ଡରେ ଯାତ୍ରାଜନିତ ଲାଭ, ଦୁର୍ଘଟଣା ବୀମା, ଇନ୍ଧନରେ ଟଙ୍କା ଛାଡ଼ ଆଦି ମିଳିବ।

Share