ଏଲ୍‌ଆଇସି ମାର୍କେଟ ଟେକ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ମୁମ୍ବାଇ,୧୮।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ସେବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ କଟିଂ-ଏଜ୍‌ ମାକେର୍ଟିଂ ଟେକ୍ନୋଲୋଜି (ମାର୍‌ ଟେକ୍‌) ପ୍ଲାଟ୍‌ଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିଗମର ଏହି ସେବା ପ୍ରଥମ ଐତିହାସିକ ମାଇଲଷ୍ଟୋନ ହାସଲ କରିଛି। ଏଲ୍‌ଆଇସିର ପ୍ରକଳ୍ପ ଡାଇଭ-ଏଲ୍‌ଆଇସି ଅଧୀନରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଏଲ୍‌ଆଇସିର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ, ଆମେ ଆମର ନୂତନ ସେବା ତଥା ମାର୍‌ ଟେକ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସେବା ଆମ ଯାତ୍ରାର ଏକ ମାଇଲଖୁଣ୍ଟ ହୋଇଥିଲାବେଳେ ଡିଜିଟାଲ ଟ୍ରାନ୍ସପରମେଶନ ଦିଗରେ ଯାତ୍ରା ଆରମ୍ଭ କରିଛୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ସେହିଭଳି ଏହି ସେବା ଉଭୟ ନିଗମ ଓ ଗ୍ରାହକଙ୍କ ଆବଶ୍ୟକତା ଓ ସମୟ ରକ୍ଷା ଦିଗରେ ବେଶ ସହାୟକ ହେବ। ଏହା ଜରିଆରେ ଗ୍ରାହକ ଏବଂ କର୍ମଚାରୀ ଗୁଣାତ୍ମକ ସେବା ଓ ସୁବିଧା ପାଇପାରିବେ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପଞ୍ଚାୟତ ରାଜ ଦିବସରେ ହିତାଧିକାରୀଙ୍କୁ ମିଳିଲା ନୂତନ ରାଶନ କାର୍ଡ

କର୍ଲାମୁଣ୍ଡା,୨୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ଦେବେନ୍ଦ୍ର...

“ସେନାର ଆବଶ୍ୟକତା ନାହିଁ, ଆତଙ୍କବାଦୀଙ୍କୁ ଆମ ହାତରେ ଦେଇଦିଅ”: ମୃତ ଘୋଡ଼ା ଚାଳକଙ୍କ ମାଉସୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେବଳ ଜଣେ ସ୍ଥାନୀୟ ବ୍ୟକ୍ତି, ସୟେଦ ଆଦିଲ ହୁସେନଙ୍କର ମୃତ୍ୟୁ ଘଟିଛି। ଆଦିଲ ପର୍ଯ୍ୟଟକମାନଙ୍କୁ...

Pahalgam Terror Attack: କେମିତି ଥିଲା ଆତଙ୍କବାଦୀଙ୍କ ଚେହେରା, କୁନି ପୁଅ ବଖାଣିଲା…

ଶ୍ରୀନଗର,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ଅଳ୍ପକେ ରକ୍ଷା ପାଇଥିବା ଲୋକଙ୍କ ଦୁଃଖର କାହାଣୀ ବିଶ୍ୱକୁ ଶୁଣାଉଛନ୍ତି। ଏହି Terror...

ଡାଇବେଟିସ୍‌ ରୋଗୀ ଖାଇପାରିବେ କି ତରଭୁଜ: ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଗ୍ରୀଷ୍ମ ଋତୁରେ ପ୍ରାୟ ସବୁଠାରେ ତରଭୁଜ ବିକ୍ରି ହେଉଥିବା ଦେଖିବାକୁ ମିଳେ। ଏହା କେବଳ ସ୍ବାଦରେ ମିଠା ନୁହେଁ ବରଂ ଶରୀରକୁ ଥଣ୍ଡା ମଧ୍ୟ କରିଥାଏ।...

ଦୀର୍ଘ ୩ ଦିନ ପରେ ପାଗଳ ମାଙ୍କଡ଼କୁ କାବୁ କଲା ବନ ବିଭାଗ

ଗଞ୍ଜାମ,୨୪ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତ ମଙ୍ଗଳବାର...

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ସଭା କାର୍ଯ୍ୟରେ ଫାଙ୍କା ପଡ଼ିଲା ଚୌକି

ତୁମୁଡିବନ୍ଧ,୨୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ହେଲେ ଅଳ୍ପ ସଂଖ୍ୟକ...

Pahalgam Terror Attack: କିଛି ତ ବଡ଼ ଘଟଣା ଘଟିବ…? ବର୍ଡରରେ ଆଲର୍ଟ, ଦିଲ୍ଲୀରେ ହାର୍ଡ ଲେଭଲ ମିଟିଂ, ଶ୍ରୀନଗର ଯିବେ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୪।୪: Pahalgam Terror Attack ପରେ, ଭାରତ ସରକାର ଆକ୍ସନ ମୋଡରେ ଅଛନ୍ତି। ଭାରତ-ପାକିସ୍ତାନ ସୀମା ମଧ୍ୟ ସତର୍କ ରହିଛି। ଏବେ ଭାରତୀୟ ସେନା ମୁଖ୍ୟ...

ପାକିସ୍ତାନ ବିଚଳିତ: ଆରବ ସାଗରରେ ଆରମ୍ଭ କଲା ଫାୟାରିଂ ଡ୍ରିଲ

ଇସଲାମାବାଦ୍‌,୨୪।୪: ପହଲଗାମ ଆକ୍ରମଣ ପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକିସ୍ତାନ ଆରବ ସାଗରରେ ଫାୟାରିଂ ଡ୍ରିଲ୍‌ ଆରମ୍ଭ କରିଦେଇଛି। ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image