ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍‌ଆଇସିର ବୁଝାମଣା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ୨୦୪୭ ସୁଦ୍ଧା ସମସ୍ତଙ୍କୁ ଜୀବନ ବୀମା ଉତ୍ପାଦ ଯୋଗାଇବା ଲକ୍ଷ୍ୟରେ ଏହି ବୁଝାମଣା ହୋଇଥିବା ଜଣାପଡିଛି।
ସେହିଭଳି ଉଭୟ ସଂସ୍ଥା ମଧ୍ୟରେ ହୋଇଥିବା ଏହି ବୁଝାମଣା ଜରିଆରେ ୧କୋଟିରୁ ଅଧିକ ଗ୍ରାହକଙ୍କୁ ବୀମା ଉତ୍ପାଦ ଯୋଗାଇବା ପାଇଁ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ସୁବିଧା କରିବ ବୋଲି କୁହାଯାଇଛି। ଏପରିକି ଡିଜିଟାଲ ଅନ୍‌-ବୋର୍ଡିଂର ଯାତ୍ରା ଆରମ୍ଭ ହୋଇସାରିଛି ଏବଂ ବିକାଶ ପର୍ଯ୍ୟାୟରେ ଅଛି ଏବଂ ଥରେ ସମାପ୍ତ ହୋଇଛି। ସେହିପରି ଆଶାୟୀ ଗ୍ରାହକମାନେ ବ୍ୟାଙ୍କର ଅନ୍‌ଲାଇନ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏଲ୍‌ଆଇସିର ବୀମା କିଣିବାକୁ ସକ୍ଷମ ହେବେ। ଏପରିକି ଏକ ଟେକ୍‌-ସେଭି ବ୍ୟାଙ୍କ ଯେଉଁଠାରେ ୯୫%ରୁ ଅଧିକ କାରବାର ଅନ୍‌ଲାଇନ ଜରିଆରେ ହେଉଛି। ଅପରପକ୍ଷରେ ଏହି ମିଳିତ ଶକ୍ତି ଆଗାମୀ ଦିନରେ ନୂଆ କିଛି କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ଏଲ୍‌ଆଇସିର ୩୬୦୦ରୁ ଅଧିକ ଶାଖା ଏବଂ ସାଟେଲାଇଟ୍‌ ଅଫିସ୍‌ ସହ ସାରା ଦେଶରେ ଆଇଡିଏଫ୍‌ସିର ୧୦୦୦ରୁ ଅଧିକ ଶାଖା ରହିଛି।
ଏଲ୍‌ଆଇସି ଦେଶର ପ୍ରମୁଖ ବୀମାକାରୀ ହୋଇ ଥିବାବେଳେ ସମାଜର ସମସ୍ତ ବର୍ଗ ପାଇଁ ନିଗମ ଯୋଜନା କରିଛି। ଏପରିକି ବାର୍ଷିକ, ୟୁଏଲ୍‌ଆଇପି,ସଞ୍ଚୟ ଏବଂ ଟର୍ମ ଇନ୍‌ସୁରାନ୍ସ ଭଳି ବିଭିନ୍ନ ପ୍ରକାର ଉତ୍ପାଦ ଉପଲବ୍ଧ।
ଏ ସମ୍ପର୍କରେ ଏଲ୍‌ଆଇସିର ଏମ୍‌ଡି ଆର୍‌.ଦୋରାଇସ୍ବାମୀ କହିଛନ୍ତି, ଏହି ୨ସଂସ୍ଥା ଏକାଠି ହେବା ଫଳରେ ଏକ ବୃହତ୍‌ ଶକ୍ତି ହୋଇ ମିଳିତ ଭାବେ ଉଭୟ ସଂସ୍ଥା କାର୍ଯ୍ୟ କରିବେ। ଏପରିକି ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ଡିଜିଟାଲ ସଞ୍ଚୟ ଗ୍ରାହକଙ୍କୁ ଏଲ୍‌ଆଇସିରର ଆକର୍ଷଣୀୟ ଉତ୍ପାଦ ପ୍ରଦାନ କରିବ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri