Categories: ବାଣିଜ୍ୟ

ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୨।୧୧ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍‌ ଡାଇରେକ୍ଟର୍ସ) ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନିଗମର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ବେଳେ ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ (୬ମାସ)ର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ନିଗମର କାରବାର ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ଟିକସ ପରବର୍ତ୍ତୀ ଲାଭ (ପିଏଟି) ମୋଟ ୧୭,୪୬୯ କୋଟି ଟଙ୍କା ରହିଛି। ଚଳିତ ବର୍ଷର ୨ୟ ତ୍ରୈମାସିକ ଶେଷ ସୁଦ୍ଧା ନିଗମର ନେଟ୍‌ ଟିକସ ଲାଭ ୧୩,୭୬୮ କୋଟି ଟଙ୍କା ହୋଇଛି। ଅପରପକ୍ଷରେ ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ନିଗମର ପିଏଟି ୧୬,୬୩୫ କୋଟି ଟଙ୍କା ରହିଥିଲାବେଳେ ନେଟ୍‌ ଟିକସ ଲାଭ ୪୫୪୨ କୋଟି ଟଙ୍କା ଥିଲା।

Share