କେନ୍ଦୁଝର,୪ା୫(ସ୍ବ.ପ୍ର.): ଏଲ୍ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ବୀମା କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ଆନ୍ଦୋଳନକୁ ସମର୍ଥନ କରି ବୁଧବାର କଳାଦିବସ ଭାବେ ପାଳନ କରୁଛି। ୬୬ ବର୍ଷ ହେଲା ବୀମା ବ୍ୟବସାୟରେ ଜାତୀୟକରଣ ମାଧ୍ୟମରେ ଜନ୍ମ ଲାଭ କରି ଦେଶବାସୀଙ୍କୁ ସେବା କରିଆସୁଥିବା ଏଲଆଇସି ଦେଶର ଅର୍ଥନୀତିକୁ ସୁଦୃଢ଼ କରି ଆସୁଥିବା ବେଳେ ଏବେ ଏହାର ଅଂଶଧନ ବିକି ଘରୋଇକରଣ କରିବା ପ୍ରଚେଷ୍ଟା କୋଟି କୋଟି ବୀମାଧାରୀଙ୍କ ସ୍ବାର୍ଥ ବିରୋଧୀ ବୋଲି କହିଛନ୍ତି। ଏହାର ପ୍ରତିବାଦରେ ଦେଶ ସାରା ଦୁଇ ଘଣ୍ଟିଆ ଧର୍ମଘଟ ସିପିଆଇଏମ୍ ପକ୍ଷରୁ କରାଯାଇଛି।