Categories: ଜାତୀୟ

ବ୍ରେଷ୍ଟ ମିଲ୍କ ବିଜନେସ୍‌ର ଲାଇସେନ୍ସ ହେବ ରଦ୍ଦ, କେନ୍ଦ୍ର ସରକାରଙ୍କ ସୂଚନା…

ବେଙ୍ଗାଲୁରୁ,୧୪।୧୧: ବ୍ରେଷ୍ଟ ମିଲ୍କ ସଂଗ୍ରହ ତଥା ବ୍ୟବସାୟକୁ ଅନୁମତି ଦେଇଥିବା ଲାଇସେନ୍ସ ବାତିଲ କରିବାକୁ ରାଜ୍ୟ ସରକାର କର୍ନାଟକ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। କର୍ନାଟକ ହାଇକୋର୍ଟ ମୁନେଗୋଡା ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ବର୍ଥ ମାମଲା (PIL) ଶୁଣାଣି କରି ଏହା କହିଛନ୍ତି।
ଏହି ମାମଲାର ଶୁଣାଣି ସମୟରେ କର୍ନାଟକ ହାଇକୋର୍ଟଙ୍କ ପାଇଁ ଅତିରିକ୍ତ ସଲିସିଟର ଜେନେରାଲ ଅରବିନ୍ଦ କାମାଥ ପ୍ରଧାନ ବିଚାରପତି ଏନ.ଭି ଅଞ୍ଜରିଆ ଏବଂ ଜଷ୍ଟିସ କେ.ଭି ଅରବିନ୍ଦଙ୍କ ବେଞ୍ଚକୁ ସୂଚନା ଦେଇଛନ୍ତି ଯେ ନିକଟରେ ଆୟୁଷ କେନ୍ଦ୍ର ମନ୍ତ୍ରଣାଳୟ କର୍ନାଟକ ସରକାରଙ୍କୁ ଏହି ଲାଇସେନ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅତିରିକ୍ତ ସଲିସିଟର ଜେନେରାଲ ଅରବିନ୍ଦ କାମାଥ କହିଛନ୍ତି, ଏହିପରି ସମସ୍ତ ଲାଇସେନ୍ସ ବାତିଲ କରିବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୁର୍ବେଦିକ ନିୟମ ଅନୁଯାୟୀ କେତେକ କମ୍ପାନୀ ଲାଇସେନ୍ସ ପାଇଥିଲେ, ଯାହାକି ସ୍ତନ୍ୟପାନର ବ୍ୟବସାୟ କରିବାକୁ ଅନୁମତି ଅଟେ। କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ଏବଂ କିଛି ଲାଇସେନ୍ସ ମଧ୍ୟ ବାତିଲ କରିଛନ୍ତି।

 

Share