Categories: ଜାତୀୟ

ଔଷଧ-ଚିକିତ୍ସା ଉପକରଣ ବିକ୍ରି ତଥା ଉତ୍ପାଦନ ପାଇଁ ଅନଲାଇନରେ ମିଳିବ ଲାଇସେନ୍ସ, ବିଭାଗ ଆରମ୍ଭ କଲା ଡିଜିଟାଲ ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୭: ନକଲି ତଥା ଖରାପ ଗୁଣବତ୍ତା ଔଷଧକୁ ରୋକିବା ପାଇଁ ସରକାର ଲାଇସେନ୍ସ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିଛନ୍ତି। ସରକାର ଏକ ଡିଜିଟାଲ ନିୟାମକ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ ବିକ୍ରୟ ତଥା ଉତ୍ପାଦନ ପାଇଁ ଅନଲାଇନରେ ଲାଇସେନ୍ସ ପ୍ରାପ୍ତ ହେବ।

ଏହାଦ୍ୱାରା ବେସରକାରୀ କମ୍ପାନୀଗୁଡିକ ଲାଭାନ୍ବିତ ମଧ୍ୟ ହେବେ। ଏଥିସହ ପ୍ରତ୍ୟେକ ରାଜ୍ୟର କାର୍ଯ୍ୟକଳାପ ଉପରେ କେନ୍ଦ୍ର ନଜର ରଖିବ। ଏହା ବ୍ୟତୀତ ଭାରତରେ କେତେ ପ୍ରକାର ଔଷଧ ସେବନ କରାଯାଉଛି ଏବଂ କେଉଁ କ୍ଷେତ୍ରରେ ପ୍ରସ୍ତୁତ କରାଯାଉଛି ତାହାର ସମ୍ପୂର୍ଣ୍ଣ ତଥ୍ୟ କେନ୍ଦ୍ର ରଖିବ।

ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ସହାୟତାରେ ସିଡିଏସିଓ ଦ୍ୱାରା ଏହି ଅନଲାଇନ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଛି। ଏହା ସିଙ୍ଗିଲ ୱିଣ୍ଡୋରେ କାମ କରିବ। ଅର୍ଥାତ୍‌ ଲଗଇନ ଆଇଡି ମାଧ୍ୟମରେ ଲାଇସେନ୍ସ ଠାରୁ ଆରମ୍ଭ କରି ଅନ୍ୟ ପ୍ରକାର କାର୍ଯ୍ୟ ପର୍ଯ୍ୟନ୍ତ ଏହାଦ୍ୱାରା କରିହେବ। ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ଦ୍ୱାରା ହେବ।

Share