ମାର୍କେଟରେ ଜମୁଛି ଲିଚୁ ପସରା

କୁଚିଣ୍ଡା,୨୯ା୪(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକର ବଡବାହାଲ ଅଞ୍ଚଳ ଲିଚୁ ପାଇଁ ପ୍ରସିଦ୍ଧି ଲାଭ କରିଛି। କୁଚିଣ୍ଡା ମାର୍କେଟରେ ଏବେ ଲିଚୁ ପସରା ଜମୁଛି। ସପ୍ତାହେ ହେବ ବଡବାହାଲ ଲିଚୁ ବିକ୍ରି ପାଇଁ ବଜାରକୁ ଆସୁଥିବା ଦେଖିବାକୁ ମିଳୁଛି। ଲିଚୁ ପାଇଁ ଥଣ୍ଡା ଜଳବାୟୁର ଆବଶ୍ୟକତା ରହିଛି। କିନ୍ତୁ ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁ ଭଲ ବଉଳ ଧରି ନ ପାରି ବିଗତ ବର୍ଷ ତୁଳନାରେ କମ ପରିମାଣର ଲିଚୁ ଆସିଥିବା ଚାଷୀମାନେ କହନ୍ତି। ସାଧାରଣତଃ ଗୋଲାକାର ଓ ବମ୍ବେଗ୍ରୀନ ଭଳି ଦୁଇପ୍ରକାର ଲିଚୁ ବଡବାହାଲରେ ଉତ୍ପାଦନ ହେଉଥିବାରୁ ବଜାରରେ ଏହାର ଚାହିଦା ରହିଛି। କୁଚିଣ୍ଡା ବଜାରକୁ ବିକ୍ରି ପାଇଁ ଆସୁଥିବା ଗୋଲେଇ ଲିଚୁ ପାଇଁ ଭିଡ ଜମୁଛି। ଲିଚୁ ଗୋଟାକୁ ୨ଟଙ୍କା ଓ ୫୦ଟିକିଆ କେଣ୍ଡାକୁ ୧୦୦ଟଙ୍କା ମଧ୍ୟରେ ବିକ୍ରି ହେଉଛି।

Share