ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର ପାଟନା ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ଲୋର୍କାପଣ ଉତ୍ସବ ସହ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଇଷ୍ଟ ସେଣ୍ଟ୍ରାଲ ଜୋନାଲ ଅଫିସ୍‌ ପାଟନାର ଜେଡ୍‌ଏମ୍‌ ସରଓ୍ବନ୍‌ କୁମାର,ଆର୍‌ଏମ୍‌ (ମାର୍କେଟିଂ) ସନୋଜ କୁମାର ଏବଂ ଏସ୍‌ଡିଏମ୍‌ ପାଟନା ଡିଓ-୧ର ଭିନୀତ ସରନ୍‌ ପ୍ରମୁଖ ଉପସ୍ଥିତ ରହି ଏଲ୍‌ଆଇସି ଜୀବନ ଉତ୍ସବ(ପ୍ଲାନ୍‌ ନଂ. ୮୭୧)ର ସମସ୍ତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ନିଗମର ଏହି ନୂତନ ଯୋଜନା ୯୦ ଦିନରୁ ୬୫ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଥିବାବେଳେ ଉକ୍ତ ଯୋଜନା ଜରିଆରେ ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ଲାଇଫ୍‌ ଟାଇମ ଇନ୍‌ସ୍ୟୁରାନ୍ସର ବ୍ୟବସ୍ଥା ରହିଛି। ସେହିଭଳି ସର୍ବନିମ୍ନ ୫ ବର୍ଷ ଏବଂ ସର୍ବାଧିକ ୧୬ ବର୍ଷ ପାଇଁ ଉକ୍ତ ବୀମାର ପ୍ରିମିୟମ ପ୍ରଦାନ କରାଯାଇପାରିବ। ଏପରିକି ପ୍ରିମିୟମ ପ୍ରଦାନ କରାଯାଉଥିବା ପ୍ରତ୍ୟେକ ବର୍ଷ ପାଇଁ ପ୍ରତି ୧୦୦୦ ଟଙ୍କା ବୀମାରାଶିରେ ୪୦ ଟଙ୍କା ଗ୍ୟାରେଟେଡ୍‌ ଲାଭ ହିତାଧିକାରୀଙ୍କୁ ମିଳିଥାଏ। ସେହିପରି ପ୍ରିମିୟମ ଅବଧି ପରେ ମଧ୍ୟ ବୀମାଧାରୀ ଅନେକ ସୁବିଧାର ଚୟନ କରିପାରିବେ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଏଲ୍‌ଆଇସିର ଚେୟାରମ୍ୟାନ ସିଦ୍ଧାର୍ଥ ମହାନ୍ତି କହିଛନ୍ତି, ନିଗମର ଉକ୍ତ ଉତ୍ପାଦକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉକ୍ତ ଉତ୍ପାଦ ୨୦୨୩ ନଭେମ୍ବର ୨୯ରୁ ସର୍ବଭାରତୀୟ ସ୍ତରରେ ଉପଲବ୍ଧ। ବିଶେଷକରି ଏହା ଏକ ବ୍ୟକ୍ତିଗତ ଆଜୀବନ ସଞ୍ଚୟ ବୀମା ଯୋଜନା ହୋଇଥିବାବେଳେ ହିତାଧିକାରୀଙ୍କୁ ଅନେକ ସୁବିଧା ଓ ଫାଇଦା ପ୍ରଦାନ କରିଥାଏ ବୋଲି ମହାନ୍ତି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri