ସରିଲା ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୭।୮: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ଭୁବନେଶ୍ୱର ଫରେନ୍‌ସିକ୍‌ ଲ୍ୟାବ୍‌ରେ ଗୁରୁବାର ଏହି ଟେଷ୍ଟ ସରିଛି। ପ୍ରାୟ ୫ ଘଣ୍ଟା ଧରି ଏହି ଟେଷ୍ଟ ହୋଇଥିବା ବେଳେ ବିଦ୍ୟାଶ୍ରୀଙ୍କୁ ୭୦ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଜୁଲାଇ ୭ରେ ଲିଙ୍ଗରାଜ ଷ୍ଟେଶନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଛି। ହେଲେ ଜିଆର୍‌ପି ଭଳି କ୍ରାଇମ୍‌ବ୍ରାଞ୍ଚ ମଧ୍ୟ କିଛି ବି ସୁରାକ ପାଇପାରୁନାହିଁ। ଏପରିସ୍ଥଳେ ସତ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ, ସହଯୋଗୀ ବିକାଶ, ପପୁ, ପ୍ରୀତମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଚିଠି ଲେଖିଥିଲା।

Share