Categories: ଜାତୀୟ

‘ମିଛ କଥା ଚଳିବ ନାହିଁ, ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛି ତେଲଙ୍ଗାନା’

ହାଇଦ୍ରାବାଦ,୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗରରେ ପହଞ୍ଚି ଏଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଭର୍ଚୁଆଲ  ମାଧ୍ୟମରେ ୧୩,୫୦୦କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଅପରାହ୍ନରେ ମହବୁବନଗରରେ ପହଞ୍ଚିଥିଲେ। ସେଠାରେ ସଡ଼କ, ରେଳବାଇ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୧୩ଳ୫୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନିଜାମାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଏବଂ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ପ୍ରସ୍ତୁତି କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

Share