ଆର୍‌ଏନ୍‌ଏ-ଡିଏନ୍‌ଏ ମିଳନରୁ ପୃଥିବୀରେ ସୃଷ୍ଟି ହୋଇଛି ଜୀବନ: ଭାରତୀୟ ବଂଶୋଦ୍ଭବ କଲେ ଦାବି

କାଲିଫର୍ନିଆ,୩୦।୧୨: ପୃଥିବୀରେ କିଭଳି ଜୀବନ ସୃଷ୍ଟି ହେଲା ସେନେଇ ଗବେଷକମାନେ ବିଭିନ୍ନ ଗବେଷଣା ଜାରି ରଖିଛନ୍ତି। ଆମେରିକା କାଲିଫର୍ନିଆର ସ୍କ୍ରିପ୍ସ୍‌ ରିସର୍ଚ୍ଚ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆର୍‌ଏନ୍‌ଏ(ରିବୋନ୍ୟୁକ୍ଲିକ୍‌ ଏସିଡ୍‌) ଏବଂ ଡିଏନ୍‌ଏ(ଡିଅକ୍ସି ରିବୋନ୍ୟୁକ୍ଲିକ୍‌ ଏସିଡ୍‌)ର ମିଳନରୁ ପୃଥିବୀରେ ଜୀବନ ସୃଷ୍ଟି ହୋଇଛି। ସଂସ୍ଥାରେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ କେମିଷ୍ଟ୍‌ ରାମନାରାୟଣ କୃଷ୍ଣମୂର୍ତ୍ତି ଏନେଇ ଦାବି କରିଛନ୍ତି। ଜୀବନ ସୃଷ୍ଟି ହେବା ପୂର୍ବରୁ ପୃଥିବୀରେ ଡାଇଥାୟୋଫସଫେଟ୍‌ ନାମକ ଏକ ରାସାୟନିକ ପଦାର୍ଥ ଭରି ରହିଥିଲା। ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ବିଘଟନ ପ୍ରକ୍ରିୟା ଦ୍ୱାରା ଆର୍‌ଏନ୍‌ଏ ଏବଂ ଡିଏନ୍‌ଏ ମିଳନ ହୋଇ ଜୀବନ ସୃଷ୍ଟି ହୋଇଥିବା କୃଷ୍ଣମୂର୍ତ୍ତି କହିଛନ୍ତି। ତାଙ୍କ ରିପୋର୍ଟ ବିଜ୍ଞାନ ପତ୍ରିକା ଏନ୍‌ଜେନ୍‌ଓ୍ବାଣ୍ଡ୍‌ଟେମେ କେମାଇରେ ପ୍ରକାଶିତ ହୋଇଛି।

Share