ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ। ବାୟୁ ପ୍ରଦୂଷଣ ହେତୁ ଭାରତୀୟଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଇଛି ବୋଲି ଏହି ୟୁନିଭରସିଟି କହିଛି।


ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନିଷ୍ଟିଚ୍ୟୁଟ୍‌ ଏହି ଅଧ୍ୟୟନ କରିଛି। ଏଥିରେ କୁହାଯାଇଛି, ଅଧିକ ବାୟୁ ପ୍ରଦୂଷଣ ହେତୁ ଭାରତୀୟଙ୍କ ଆୟୁ ଶୀଘ୍ର ହ୍ରାସ ପାଉଛି। ବାଂଲାଦେଶ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ଲୋକଙ୍କ ବୟସ ହ୍ରାସ ପାଉଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ, ଭାରତର ସମଗ୍ର ଜନସଂଖ୍ୟା ଅର୍ଥାତ୍‌ ୧୪୦ କୋଟି ଲୋକ ପ୍ରଦୂଷଣ ମଧ୍ୟରେ ବାସ କରୁଛନ୍ତି। ଭାରତର ନିଜସ୍ବ ପ୍ରଦୂଷଣ ନିର୍ଦ୍ଦେଶାବଳୀ ଅନୁଯାୟୀ, ୮୪ ପ୍ରତିଶତ ଲୋକ ପ୍ରଦୂଷଣ ମଧ୍ୟରେ ରହୁଛନ୍ତି। ଫଳରେ ବାୟୁ ପ୍ରଦୂଷଣ ହେତୁ ଭାରତର ଲୋକଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଇଛି। ଯାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଥିବା ୨.୩ ବର୍ଷର ଗାଇଡ୍‌ଲାଇନ୍‌ର ୨ଗୁଣ ଅଟେ।


ଏହି ଅଧ୍ୟୟନରେ ଦେଶର ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ବର୍ତ୍ତମାନ ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି। ଲକ୍ଷ୍ନୌ ଲୋକଙ୍କ ଆୟୁ ୧୦.୩ବର୍ଷ ହ୍ରାସ ପାଇଛି। ଯେତେବେଳେ ଦିଲ୍ଲୀବାସୀ ୯.୪ ବର୍ଷ ହ୍ରାସ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆୟୁଷ ୬.୫ ବର୍ଷ ହେବା ଉଚିତ୍‌।


ଚିକାଗୋ ୟୁନିଭର୍‌ସିଟି ରିପୋର୍ଟରେ ଦର୍ଶାଯାଇଛି, ଯଦି ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ପ୍ରଦୂଷଣର ସ୍ତରକୁ ୨୫ ପ୍ରତିଶତ ହ୍ରାସ କରେ, ତା’ହେଲେ ଏହାର ଜାତୀୟ ଆୟୁ ୧.୬ ବର୍ଷ ବୃଦ୍ଧି ପାଇବ। ସେତେବେଳେ ଦିଲ୍ଲୀର ଲୋକଙ୍କ ପାଇଁ ଏହା ୩.୧ ବର୍ଷ ବୃଦ୍ଧି ପାଇବ।

Share