ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନ

ରାଇକିଆ,୨୧ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମଣ୍ଡାସରଠାରୁ ୫ କିମି ଦୂର ମଣ୍ଡକୁଟି ପାହାଡ଼ ଉପରୁ ଖସିପଡ଼ି ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣକ ହେଲେ ରାଇକିଆ ବଡ଼ାପଟା ସାହିର ବନ୍ଦନ ପ୍ରଧାନ। ସାଙ୍ଗମାନଙ୍କ ସହ ବୁଲିବା ପାଇଁ ମଣ୍ଡକୁଟି ପାହାଡ ଉପରକୁ ଯାଇଥିଲେ। ସେଠାରେ ଥିବା ଏକ ବିରାଟ କାୟ ପଥର ଉପରକୁ ଚଢ଼ିଥିବା ବେଳେ ଅସାବଧାନତା ବଶତ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଞ୍ଚ ଜଙ୍ଗଲ ମଧ୍ୟରେ କିଛି ସମୟ ଖୋଜିବା ପରେ କୌଣସି ସନ୍ଧାନ ନ ମିଳିବାରୁ ଦମକଳ ବାହିନୀଙ୍କ ସହାୟତା ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ରାଇକିଆ ଥାନାରେ ପରିବାର ଲୋକଙ୍କ ତରଫରୁ ଲିଖିତ ଭାବେ ଅଭିଯୋଗ କରାଯାଇଛି।

Share